Breaking News

>>
  • ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଯୈ।ନ ଉତ୍ପୀଡନ ନିବାରଣ ଉପରେ କର୍ମଶାଳ
  • >>
  • ପାଲା ଗାୟକ ସ୍ଵର୍ଗତ ଗୁରୁ କେଳୁଚରଣ ପ୍ରଧାନଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
  • >>
  • ରେମଣ୍ଡା ର ସମାଜସେବୀ ଜପେଶ୍ୱର ସାହୁ ଦେହାନ୍ତ
  • >>
  • ଅପହରଣ କରିବା ପରେ , ମାଲିକ ଗିରଫ
  • >>
  • ଅଶାନ୍ତ ହୋଇଉଠିଛି ଜଟଣୀ ସହର , ପୋଲିସର ନିଷ୍କ୍ରିୟତା ପାଇଁ ସକ୍ରିୟ ହୋଇ ଉଠିଲେଣି ଅସାମାଜିକ ଯୁବକ
  • >>
  • ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ; ବିଶେଷ ଆକର୍ଷଣ ସାଜିବ ୩୫ ଫୁଟର ମୁର୍ଣ୍ଣୟ ଗଣେଶ ମୂର୍ତ୍ତି
  • >>
  • ପୂର୍ବତଟ ରେଲୱେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ପ୍ରବନ୍ଧକ ଭାବରେ ଆଲୋକ ତ୍ରିପାଠୀଙ୍କ ଯୋଗଦାନ
  • >>
  • ନିଷ୍ଠା ପରିବାର ତରଫ ରୁ ମାନସିକ ରୋଗଗ୍ରସ୍ତ ମହିଳା ଉଦ୍ଧାର , ଥଇଥାନ ପାଇଁ ଅଂଚଳବାସୀ ଙ୍କ ପ୍ରଶଂସା
  • >>
  • ଗଛ ଲଗାଅ ପ୍ରକୃତି ବଞ୍ଚାଅ: ଲରମ୍ଭା କଲେଜରେ ବନମହୋତ୍ସବ ପାଳିତ
  • >>
  • ଟ୍ରେନ୍ ଧକ୍କାରେ ଟ୍ରାକ୍ଟର ଦୁଇଫାଳ , ଅଳ୍ପକେ ରକ୍ଷା ପାଇଲେ ଟ୍ରେନ ଯାତ୍ରୀ
  • >>
  • ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ଆନୁକୁଲ୍ୟରେ ବାଲ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ
  • ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

     

    ଭଞ୍ଜନଗର,----
    ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ  ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 58ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।   ବ୍ୟକ୍ତିଗତ ଅଭିଯୋଗ 52ଟି ଥିବାବେଳେ ,ଗ୍ରାମୀୟ ଅଭିଯୋଗ 5 ଟି ଥିଲା,ଜିଲ୍ଲାପାଳ ତ୍ୱରିତ 8ଟି ଅଭିଯୋଗର ଫଇସଲା କରିଥିଲେ। ଆଜିର ଅଭିଯୋଗ ସମୟରେ ଜିଲ୍ଲାପାଳ   ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ ଏବଂ ଏହା ସହିତ ଜିଲ୍ଲାପାଳ ରେଡକର୍ସ ପାଣ୍ଠିରୁ ପାଞ୍ଚ ଜଣଙ୍କୁ 24000(ଚବିଶି ହଜାର ଟଙ୍କା )ଟଙ୍କା ପ୍ରଦାନ କରିଥିଲେ । ଅନ୍ୟ ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ,,ଭଞ୍ଜନଗର ଉପଜିଲ୍ଲାପାଳ  ଶ୍ରୀ ଅନିଲ କୁମାର ସେଠୀ ,ଭଞ୍ଜନଗର ଅତରିକ୍ତ ଉପଜିଲ୍ଲାପାଳ ଶ୍ରୀ ବିଶ୍ଵରଂଜନ କର,ଭଞ୍ଜନଗର , ଏସ.ଡ଼ି.ପି.ଓ. ଶ୍ରୀ ସୁଜିତ କୁମାର ନାୟକ,, ଦକ୍ଷିଣ ବନଖଣ୍ଡ  ଅଧିକାରୀ  ଶ୍ରୀବିନୋଦ ଆଚାର୍ଯ୍ୟ ,ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ ଶେଖର ଶତପଥୀ,  ଭଂଜନଗର  ,  ,ଭଂଜନଗର ତହସିଲଦାର ଶ୍ରୀ ଉମାଶଙ୍କର ବେହେରା ,, ସହାୟକ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର,ଭଞ୍ଜନଗର ଥାନା  ଅଧିକାରୀ  ଶ୍ରୀ କୁମାର ମୁଦୁଲି,,ବେଲଗୁଣ୍ଠା ତହସିଲଦାର ଶ୍ରୀ କଳାକାହ୍ନୁ ପ୍ରଧାନ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି ,ସାମାଜିକ ସୁରକ୍ଷା  ଅଧିକାରୀ  ଏସିଓ ଶବର,,ଭଞ୍ଜନଗର ଉପଖଣ୍ଡ ସୂଚନା  ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୭/୨୦୨୪----୮,୪୫ Sakhigopal News,15/7/2024

    Blog Archive

    Popular Posts