ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ "ମୋ ଜଟଣୀ "ପାର୍କର ରକ୍ଷଣାବେକ୍ଷଣ କଥା ଭୁଲିଗଲା ପୌରପ୍ରଶାସନ
ଜଟଣୀ - -କେଉଁ ଆବାହନ କାଳରୁ ବ୍ୟବସାୟର କେନ୍ଦ୍ରସ୍ଥଳୀ ଜଟଣୀ ସହର କହିଲେ ଅତ୍ୟୁକ୍ତି ହେବ ନାହିଁ l ସ୍ୱାୟତ୍ତଶାସନ ବ୍ୟବସ୍ଥାରେ ସହର "ବିଜ୍ଞାପିତ ଅଞ୍ଚଳ ପରିଷଦ' ରୁ "ପୌରପରିଷଦ' ରେ ପରିଣତ ହୋଇ ଏହା ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହିତ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ସହରରେ ଜନସାଧାରଙ୍କ ଆମୋଦ ପ୍ରମୋଦ ପାଇଁ ଏକ ସୁନ୍ଦର ବ୍ୟବସ୍ଥା ହୋଇପାରିଲା ନାହିଁ l ବର୍ତ୍ତମାନ ପୋଷ୍ଟ ଅଫିସ ଛକ ବ୍ୟବସାୟ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟ ବହୁ ବାଧାବିଘ୍ନ ଭିତରେ ଗତି କରି ବହୁ ପ୍ରଚେଷ୍ଟା ଫଳରେ ପୂର୍ବତନ ପୌରାଧକ୍ଷ ଦିଲ୍ଲୀପ କୁମାର ମହାନ୍ତିଙ୍କ ସହଯୋଗରେ ପୋଷ୍ଟ ଅଫିସ ଛକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏକ ସୁନ୍ଦର "ମୋ ଜଟଣୀ 'ପାର୍କ ନିର୍ମାଣ କରିଥିଲେ l ଏହି ପାର୍କରେ ୱାଟର ଫାଉଣ୍ଟେନ, ଖୋଲା ବ୍ୟୟାମ ସରଞ୍ଜାମ, ଜନସାଧାରଣଙ୍କ ବସିବା ପାଇଁ ସିମେଣ୍ଟ ଚୌକି ସାଙ୍ଗକୁ ରଙ୍ଗୀନ ଅଲୋକମାଳା ସହ ବିଭିନ୍ନ ଚଟାପଟା ଖାଦ୍ୟର ବ୍ୟବସ୍ଥା ମଧ୍ୟ ରହିଛି l ଯାହା ଫଳରେ ପ୍ରତ୍ୟକ ସନ୍ଧ୍ୟାରେ ଶହ ଶହ ପାଠପଢୁଆ ଛାତ୍ରଛାତ୍ରୀ , ବରିଷ୍ଠ ନାଗରିକ ଏବଂ ଜନସାଧାରଣଙ୍କ ଭିଡ଼ ଜମୁଥିଲା l ଏହା ସହରର ଏକ ମାତ୍ର ସୁନ୍ଦର "ମୋ ଜଟଣୀ 'ପାର୍କ ତଥା ଜଟଣୀର "ହାର୍ଟ' କହିଲେ ଅତ୍ୟୁକ୍ତି ହେବ ନାହିଁ l କିନ୍ତୁ ଦୁଃଖର ବିଷୟ ସ୍ଥାନୀୟ ପୌରା ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ପାଇଁ
ଧୀରେ ଧୀରେ "ମୋ ଜଟଣୀ 'ପାର୍କର ସୌନ୍ଦର୍ଯ୍ୟକରଣ ନଷ୍ଟ ହେବାକୁ ବସିଲାଣି l ଏହାର ରାକ୍ଷଣବେକ୍ଷଣ ପାଇଁ ମାସିକ ହଜାର ହଜାର ଟଙ୍କା ସରକାରୀ ଅର୍ଥ ଆସୁଥିଲେ ମଧ୍ୟ ଏଥିରେ ଅବହେଳା କାହିଁକି କରାଯାଉଛି? ।
ଏହି ପାର୍କ ପୌରପରିଷଦ ଅନ୍ତର୍ଗତ ୧୨ ନଂ ୱାର୍ଡରେ ଅବସ୍ଥିତ ଥିବାରୁ ଏଠି ସ୍ଥାନୀୟ ୱାର୍ଡର କାଉନସିଲରଙ୍କ ଚୁପ ବସିବା ଉପରେ ବୁଦ୍ଧିଜୀବୀଙ୍କ ସନ୍ଧେହ ସୃଷ୍ଟି ହେଉଛି l ଏହାର ରାକ୍ଷଣବେକ୍ଷଣ ପାଇଁ ଆସୁଥିବା ଅର୍ଥ ସମସ୍ତଙ୍କ ମିଲିଭଗତରେ ଚଳୁ ହେଉନାହିଁ ତ ବୋଲି ପ୍ରଶ୍ନ ଉଠିଛି? ।
ପାର୍କରେ ବର୍ଷା କାରଣରୁ ଘାସ ସାଙ୍ଗକୁ ଅନାବନା ଗଛ ଉଠି ଜଙ୍ଗଲ ସୃଷ୍ଟି ହେଲାଣି । ବ୍ୟାୟାମ ଉପକରଣ ଭାଙ୍ଗି ଗଲାଣି କେଉଁଠି ସୁରକ୍ଷା ଷ୍ଟିଲ ରଡ଼ ଭାଙ୍ଗିଗଲାଣି l ଏଥି ପ୍ରତି ଯଦି ପୌରପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ପାର୍କ ସମ୍ପୂର୍ଣ ନଷ୍ଟ ହୋଇଯିବ ବୋଲି ଲୋକମାନେ କହନ୍ତି l ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ବଳିଷ୍ଠ ନାଗରିକ ମାନେ ପୌରପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ପ୍ରତି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି l ଆଗକୁ ଗଣେଶ ପୂଜା ଆସୁଥିବାରୁ ପୂଜା ଆଗରୁ ପାର୍କର ରକ୍ଷଣା ବେକ୍ଷଣ କାର୍ଯ୍ୟ ସମାପନ ପାଇଁ ଦାବି ଜଣାଇଛନ୍ତି l ଯଦି ଖୁବ ଶୀଘ୍ର ଏହି ପାର୍କର ରକ୍ଷଣାବେକ୍ଷଣ କାର୍ଯ୍ୟ ସମାପନ ନ ହୁଏ ତେବେ ଶେଷରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ବିଭିନ୍ନ ଅନୁଷ୍ଠାନ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୭/୨୦୨୪----୭,୨୫ Sakhigopal News,20/7/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୭/୨୦୨୪----୭,୨୫ Sakhigopal News,20/7/2024