ଜୀତା ପକ୍ଷରୁ ଅତାବିରା ବ୍ଲକ ର କ୍ରିଷ୍ଟିଆନପଡ଼ା ଠାରେ ବୃକ୍ଷ ରୋପଣ
ବରଗଡ଼ --- ବରଗଡ ଜିଲ୍ଲା ଡେବ୍ରିଗଡ ଅଭୟାରଣ୍ୟ ର ନିକଟବର୍ତ୍ତୀ ଜୀତା ପକ୍ଷରୁ ଅତାବିରା ବ୍ଲକ ର କ୍ରିଷ୍ଟିଆନପଡ଼ା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ରାଜେଶ କୁମାର ମହାକୁଡ ଯୋଗଦାନ କରି ଜଙ୍ଗଲ ସୁରକ୍ଷା ଉପରେ ନିଜସ୍ଵ ବକ୍ତବ୍ୟ ରଖି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ମୁଖ୍ୟ ଅତିଥି ଭାବେ ସଚ୍ଚିତାନନ୍ଦ ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ପ୍ରକୃତିବନ୍ଧୁ ଆଶୀର୍ବାଦ ମହାପାତ୍ର ଜଙ୍ଗଲ ସୁରକ୍ଷା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରେ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ୬୨ ଜଣ ଛାତ୍ର ଛାତ୍ରୀ ଓ ୪୦ ଜଣ ଗ୍ରାମବାସୀ ମଧ୍ୟ ଯୋଗଦେଇଥିଲେ l ପ୍ରଧାନ ଶିକ୍ଷକ ହୋସନାରା ବେଗମ ଏବଂ ବୀଣାପାଣି କୁମ୍ଭାର, ସୁଶାନ୍ତି ସୁରିନ ଓ ଝରଣା ନାୟକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମାଜସେବୀ ତଥା ପ୍ରକୃତି ବଂଧୁ ଆଶୀର୍ବାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରି କରିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୭/୨୦୨୪----୭,୩୦ Sakhigopal News,20/7/2024