Breaking News

ସାକ୍ଷୀଗୋପାଳରେ ବେଟି ବଞ୍ଚାଅ, ବେଟି ପଡାଅ ସହିତ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

 

 


ସାକ୍ଷୀଗୋପାଳ---ସତ୍ୟବାଦୀ  ସମନ୍ନିତ ଶିଶୁ ବିକାଶ ଯୋଜନା ବିଭାଗ ପକ୍ଷରୁ ଏକ ସଙ୍ଗେ ତିନି ତିନିଟା କାର୍ଯ୍ୟକ୍ରମ  ଗୋଟିଏ ଦିନରେ ୬ଗୋଟି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଥମେ ସତ୍ୟବାଦୀ ବ୍ଳକର ମୂଳଅଳସା ଗ୍ରାମ ପଞ୍ଚାୟତର ତେନ୍ତୁଳିଆ ରାସ୍ତାରେ ବୃକ୍ଷ ରୋପଣ କରାଯାଇଥିବା ବେଳେ ସେହିପରି ଦାସବିଦ୍ୟାଧରପୁର ପଞ୍ଚାୟତର ବଡପୋଖରୀ ହୁଡା, ସାଣ୍ଢରାଶାସନର ସାଣ୍ଢରାଶାସନ ରାସ୍ତା, ପେଣ୍ଠପଡା ଗ୍ରାମ ପଞ୍ଚାୟତର କାଞ୍ଜିଆ ଠାରୁ ଡୁବୁଡୁବା ରାସ୍ତା , ସାରଙ୍ଗଯୋଡି ପଞ୍ଚାୟତର ରାୟଚକ୍ରଧରପୁରଓ ବଳପୁର ପଞ୍ଚାୟତର ବିଭୂତିଦଣ୍ଡା ପରିସରରେ ବଉଳ, ନିମ୍ବ, କରଞ୍ଜ, ବାଦାମ, ସୁନାରୀ ଆଦି ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ସହିତ ବେଟି ବଞ୍ଚାଅ, ବେଟି ପଡାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ଶିଶୁ କନ୍ୟରତ୍ନ ମାନଙ୍କୁ ମାନପତ୍ର ଓ ସତ୍ୟବାଦୀ ସମନ୍ନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ କିଟ ବ୍ୟାଗ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସମିତିସଭ୍ୟ  ଦୀପକ ଶତପଥୀ, ଜିଲ୍ଲାପରିଷଦ ସଭ୍ୟା ବିଷ୍ଣୁପିୟା ରାଉତ, ରତିକାନ୍ତ ମିଶ୍ରଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି ର୍କମୀ, ବିଭିନ୍ନ ମହିଳା ଗୋଷ୍‌ଠୀର ମା ମାନେ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ସମନ୍ନିତ ଶିଶୁ ବିକାଶ ଯୋଜନା ଅଧିକାରୀଣି ରାଜଲକ୍ଷ୍ମୀ ଦାଶଙ୍କ ତତ୍ୱବଧାନରେ  ସୁପରଭାଇଜର ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୭/୨୦୨୪---୭,୨୫    Sakhigopal News, 11/7/2024

Blog Archive

Popular Posts