ସରକାରୀ ଅଧ୍ୟାପକଙ୍କ ଅର୍ଥ ଉପାର୍ଜନ ନିଶା, ପ୍ରତିଷ୍ଠା କଲେ ଭୁତ ଘରୋଇ କଲେଜ
ବଲାଙ୍ଗିର/ ସଇଁତଲା --- ରାଜ୍ୟରେ ସରକାରୀ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି l ସରକାରୀ ଶିକ୍ଷନୁଷ୍ଠାନରେ କୋଠା ଥିଲେ ଆବଶ୍ୟକ ଶିକ୍ଷକ ନାହାନ୍ତି, ଶିକ୍ଷକ ଥିଲେ ଗୁଣବତ୍ତା ଯୁକ୍ତ ଶିକ୍ଷାଦାନ ନାହିଁ l ଏନେଇ ସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ ହୁଅନ୍ତୁ ଵା ଯେ କୌଣସି ସରକାରୀ ବେତନଭୋଗୀ କର୍ମଚାରୀ, ଥିଲାବାଳା ପରିବାର ବୀତସ୍ପୃହ ହୋଇ ନିଜ ପୁଅଝିଅଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଛନ୍ତି l ତେବେ ବଲାଙ୍ଗିର ଜିଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲା ବ୍ଲକରେ ଗତ ବର୍ଷ ଖୋଲିଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ପିଲା ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ଘଟଣା ସଭିଙ୍କୁ ଆଚମ୍ବିତ କରିଛି l ସୁଚନା ଯୋଗ୍ୟ ଯେ ହୃଷିକେଶ ପ୍ରିୟବତୀ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ସିଲେଟପଡା, ବ୍ଲକ ସଇଁତଲା ନାମରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଛି l ଉକ୍ତ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଭାବରେ ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାଶ ମହାବିଦ୍ୟାଳୟର ଅଧ୍ୟାପକ କିଶୋର ସାହୁଙ୍କ ମୋବାଇଲ ନମ୍ବର 9937368316 ଶିକ୍ଷା ବିଭାଗ ପୋର୍ଟାଲରେ ଉଲ୍ଲେଖ ରହିଛି l ଏପରିକି ମୋ ଘରୋଇ କଲେଜରେ ଆଡ଼ମିସନ ପାଇଁ 7 ହଜାର ଟଙ୍କା ନିଆଯାଉଛି ବୋଲି କିଶୋର ସାହୁ କହନ୍ତି । ଅନ୍ୟପକ୍ଷରେ ଏନେଇ କିଛି ଅଭିଭାବକ ଏବଂ ଗଣମାଧ୍ୟମ ପ୍ରତିନିଧି ଟିଟିଲାଗଡ଼ ଉପଜିଲାପାଳଙ୍କୁ ସମସ୍ତ ବିଷୟ ଅବଗତ କରିଥିଲେ l ଉକ୍ତ ଅଧ୍ୟାପକ କିଶୋର ସାହୁ ସଇଁତଲା ବିଡ଼ିଓଙ୍କୁ ତାଙ୍କ ଜାତି ପ୍ରତି ଆକ୍ଷେପ କରି ଗାଳିଗୁଲଜ ମାମଲା ଥାନାରେ ଦରଜ ହୋଇଛି l ଏନେଇ କିଶୋର ସାହୁଙ୍କୁ ଗିରଫ ପାଇଁ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ସଇଁତଲା ନବୀନ ଛକରେ ରାସ୍ତାରୋକ ଆନ୍ଦୋଳନ ମଧ୍ୟ କରିଥିଵା ଆଦିବାସୀ ନେତା ଆଇନଜୀବୀ ଜପେଶ୍ୱର ଜାନି କହିଛନ୍ତି l କିଶୋର ସାହୁ ଦାବି କରୁଥିବା ବିବିନା ଗ୍ରାମର ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ କୌଣସି ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢା ହେଉନଥିବା, ନାମକୁ ମାତ୍ର ଦୁଇଟି ଷ୍ଟଲର କାନ୍ଥରେ ଏକ ଇନଷ୍ଟିଚ୍ୟୁଟ ବୋଲି ଲେଖାଯାଇଥିବା ଶ୍ରୀ ଜାନି କହିଛନ୍ତି l ସର୍ବଦା ବିବାଦରେ ଛନ୍ଦି ହୋଇଥିବା କିଶୋର ସାହୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବେଲଗାଁ ଉତ୍କଳମଣୀ ଗୋପବନ୍ଧୁ ଦାଶ ମହାବିଦ୍ୟାଳୟରେ ପ୍ରଥମ ଅଧ୍ୟକ୍ଷ ଥିଲେ l ତେବେ ସେ ବିଭିନ୍ନ ବିବାଦରେ ଜଡିତ ହୋଇ ଇସ୍ତଫା ଦେଇଥିଲେ । ପରେ କୌଶଳ କରି ପୁଣି ଥରେ ଚାକିରୀ ପାଇ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଥିଲେ l ଶ୍ରୀ ସାହୁ ଅଧ୍ୟାପକ ଭାବରେ ସେତେ ନୁହେଁ ଜଣେ ବିଜେଡ଼ି ନେତା ଭାବରେ ବେଶ ସମ୍ମାନ ଲାଭ କରି ଆସିଛନ୍ତି l ତାଙ୍କ ମାଁଏବଂ ବାପାଙ୍କ ନାମରେ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିବା ଶ୍ରୀ ସାହୁ ସ୍ୱୀକାର କରିଛନ୍ତି l ଜଣେ ସାମ୍ବାଦିକ ନିଜ ପୁଅକୁ ଚଳିତ ଶିକ୍ଷା ବର୍ଷରେ ତାଙ୍କ କଲେଜରେ ଆଡ଼ମିଶନ କରିବାକୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସାତ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିଛନ୍ତି l 2023-24 ଶିକ୍ଷା ବର୍ଷରେ 43 ଜଣ ଏବଂ ଚଳିତ ଶିକ୍ଷା ବର୍ଷରେ ଅଦ୍ୟାବଧି 21 ଜଣ ଛାତ୍ରଛାତ୍ରୀ କିଶୋର ସାହୁଙ୍କ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ସାରିଛନ୍ତି l ତେବେ ଉକ୍ତ ଶିକ୍ଷାନୁଷ୍ଠାନ ନଥିବାରୂ ଛାତ୍ରଛାତ୍ରୀ ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାଶ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି l ଏନେଇ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ସାହୁଙ୍କୁ ପଚାରିବାରୁ ସେ ଜଣେ ସାରଙ୍କ ଅନୁରୋଧ କ୍ରମେ ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନର କିଛି ଜଣ ଛାତ୍ରଛାତ୍ରୀଙ୍କୁ ଏଠାରେ ଅଧ୍ୟୟନ ପାଇଁ ଅନୁମତି ଦେଇଥିବା କହିଛନ୍ତି l ତେବେ ଉତ୍କଳମଣିଙ୍କ ଶିକ୍ଷାନୁଷ୍ଠାନ ଭଳି ତାଙ୍କ କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ କାହିଁକି ସମାନ ଡ୍ରେସ ପରିଧାନ କରୁଛନ୍ତି ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ l ଶ୍ରୀମତୀ ସାହୁ ତାଙ୍କ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଶ୍ରୀ ସାହୁ ଘରୋଇ କଲେଜର ଅଧ୍ୟକ୍ଷ ଥିବା ବେଳେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଘରୋଇ କଲେଜର ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ପାଇଁ ଅନୁମତି ଦେବାଏକ ବଡ଼ ଧରଣର ରହସ୍ୟ ରହିଥିବା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି l ଏନେଇ ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାଶ ମହାବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି l ଅଧ୍ୟାପକ କିଶୋର ସାହୁ ପୁରା କଲେଜକୁ ମାଡି ବସିଥିବା ଅଭିଯୋଗ ହୋଇଛି l ଅନ୍ୟପକ୍ଷରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କଲେଜର ଛାତ୍ରଛାତ୍ରୀ ବେଲଗାଁ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଘଟଣା ଲୋକଲୋଚନକୁ ଆସିବା ପରେ ଭୟଭୀତ କଲେଜ ଅଧ୍ୟକ୍ଷା ଉକ୍ତ କଲେଜରେ ନାମ ଲେଖାଇଥିବା ବେଲଗାଁର ଛାତ୍ରଛାତ୍ରୀଙ୍କୁ ଯାଇ ଏକ କାଗଜରେ ଦସ୍ତଖତ କରାଉଥିଵା ଅଭିଯୋଗ ହୋଇଛି l ସିଲେପଡାର ଉକ୍ତ ଘରୋଇ କଲେଜରେ ନାମ ଲେଖାଇଥିବା ଡଲି ଶର୍ମା ସେ ଦସ୍ତଖତ କରିବେ ନାହିଁ ବୋଲି ମନା କରିଥିଲେ l ତାଙ୍କୁ କଲେଜ ଅଧ୍ୟକ୍ଷା ଶ୍ରୀମତୀ ସାହୁ ସିଲେପଡାର ଘରୋଇ କଲେଜରେ ନାମ ଲେଖାଇଵା ସହ ବେଲଗାଁ କଲେଜରେ ପାଠ ପଢିବାକୁ କହିଥିବା ଗଣମାଧ୍ୟମକୁ କହିଛନ୍ତି l ସେହିପରି ବେଲଗାଁର ଗରିବ ଦୀପ ମଧ୍ୟ ସମାନ କଥା କହିଛନ୍ତି l ତେବେ କିଛି ଦିନ କଲେଜ ଆସିବ ନାହିଁ ବୋଲି ବେଲଗାଁ କଲେଜ ଅଧ୍ୟକ୍ଷା ସିଲେଟପଡାର ସମସ୍ତ ଛାତ୍ରଛାତ୍ରୀଙ୍କୁ କହୁଥିବା ଜଣାଯାଇଛି l ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଆଜି ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ବେଲଗାଁ ସହ ସିଲେଟପଡାର ଉକ୍ତ ଘରୋଇ କଲେଜ ଯାଇ ତଦନ୍ତ ଆରମ୍ଭ କରିଛନ୍ତି l ତେବେ କୋମଳମତି ଅପ୍ରାପ୍ତ ବୟସ୍କ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳି ଚାଲିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି l
ବଲାଙ୍ଗିର/ ସଇଁତଲା ରୁ ରଞ୍ଜନ କୁମାର ଙ୍କ ରିପୋର୍ଟ ,୨୫/୭/୨୦୨୪----୮,୨୫ Sakhigopal News,25/7/2024