ବାଛୁରୀ କୁ ବାଘ ମାରିଦେଲା , ମୃତଦେହ କୁ ପୋତିବା ବେଳେ, ଜଗି ରହିଲା ମା'
ଭଞ୍ଜନଗର ---- ଗାଈଗୋଠ ରୁ ଟାଣିନେଇ ବାଛୁରୀ କୁ ମାରିଦେଲା ବାଘ । ପରଦିନ ବନବିଭାଗ ଓ ପଶୁ ଚିକିତ୍ସକ ପହଞ୍ଚି ମୃତ ବାଛୁରୀ ର ବ୍ୟବଛେଦ କଲେ । ବାଛୁରୀ ର ମୃତଦେହ କୁ ଗାତ ଖୋଳି ପୋତି ଦେଉଥିଲେ ଗାଈ ମାଲିକ । ସେତିକି ବେଳେ ଏକ ହୃଦୟ ବିଦାରକ ଦୃଶ୍ୟ ନଜରକୁ ଆସିଥିଲା । ନିଜ ମୃତ ବାଛୁରୀ କୁ ପୋତା ଯାଉଥିବା ବେଳେ ବିକଳରେ ଚାହିଁ ରହିଲା ଗାଈ ଟି । କେବଳ ଦେଖିବା ବ୍ୟତୀତ, ଗାଈ ଟିର ଆଉ କିଛି ଉପାୟ ନଥିଲା । ମୁହଁ ଖୋଲି କିଛି କହିପାରୁନଥିଲା । ମଝିରେ ମଝିରେ ହମ୍ବାଳି ଛାଡୁଥିଲା । ଏହାଥିଲା, ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ବଡରାଉଳସାହି ଗାଁ ନିକଟର ଘଟଣା । ବାଘ ଗୋଟିଏ ବାଛୁରୀ କୁ ମାରିଦେବା ଘଟଣାର ପରଦିନ ର ଦୃଶ୍ୟ । ଘଟଣା ପ୍ରକାରେ, ନିକଟସ୍ଥ ସାର୍ଦୁଳ ଗ୍ରାମର ସନିଆ ଗୌଡ ନାମକ ଜଣେ ଗୋପାଳ ବଡରାଉଳସାହି ଗାଁ ନିକଟ ଜଙ୍ଗଲ କୁ ଲାଗି ରହିଥିବା ସ୍ଥାନରେ ଗାଈଗୋଠ କରିଥିଲେ । ସେଠାରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଗାଈ ରହୁଥିଲେ । ଘଟଣା ଦିନ ସନ୍ଧ୍ୟାରେ ପାଖ ଜଙ୍ଗଲରୁ ବାଘ ଆସି ଗୋଠ ଭିତରେ ପଶି ଗୋଟିଏ ବାଛୁରୀ କୁ ଟାଣି ନେଇ ଆକ୍ରମଣ କରିଥିଲା ବୋଲି ଗୋପାଳକ ଅଭିଯୋଗ କରିଥିଲେ । ପାଟିତୁଣ୍ଡ ଶୁଣି ଘଟଣା ସ୍ଥଳରୁ ବାଘ ଟି ଦୌଡ଼ି ଚାଲିଯାଇଥିଲା । କିଛି ସମୟ ପରେ ବାଛୁରୀ ର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚିଥିଲା । ଘଟଣାର ଅନୁଧ୍ୟାନ କରିବାସହ ଜଙ୍ଗଲ ନିକଟରୁ ଗାଈଗୋଠ ସ୍ଥାନାନ୍ତର କରିବାକୁ ସଂପୃକ୍ତ ଗୋପାଳକ ଙ୍କୁ ପରାମର୍ଶ ଦେଇଥିଲା । ହେଲେ ଘଟଣାର ପରଦିନ ବାଛୁରୀ କୁ ହରାଇ ଥିବା ଗାଈର ଏଭଳି ଦୃଶ୍ୟ ଅତି ହୃଦୟ ବିଦାରକ ମନେ ହେଉଥିଲା । ସେତେବେଳକୁ ଗୋଠ ରେ କୌଣସି ଗାଈ ନଥିଲେ । କେବଳ ଏକା ଏକା ଜଗି ରହିଥିଲା ଗାଈ ଟି । ଆଉ ବାଛୁରୀ ର ମୃତଦେହ କୁ ପୋତା ଯାଇଥିବା ସ୍ଥାନକୁ କେବଳ ଚାହିଁ ରହିଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୭/୨୦୨୪--- ୯,୨୦ Sakhigopal News,9/7/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୭/୨୦୨୪--- ୯,୨୦ Sakhigopal News,9/7/2024