Breaking News

ସାକ୍ଷୀଗୋପାଳ ବଜାର ରାସ୍ତାରେ ହୋଇଥିବା ଖାଲଖମାରେ ଗୋଡି ପଡିଲା ; ମାନଙ୍କରେ ରାସ୍ତା ପାଣି ପଶିଲା



 ସାକ୍ଷୀଗୋପାଳ,---- ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ  ବଜାର ଶେଷରେ ଥିବା ମଉଁନେଇ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସବୁ ସମୟରେ ଗହଳି ଲାଗି ରହିବା ସହ ଖାଲଖମାରେ ପରିପୂଣ୍ । ଏହି ରାସ୍ତାଟି ଆଜକୁ ପ୍ରାୟ ୧୦ ବର୍ଷ ହେବ କାମ ହୋଇନାହିଁ ।ଏହି ରାସ୍ତାଟି ସାକ୍ଷୀଗୋପାଳ ପିଡ୍ୟୁଡି ବିଭାଗ ଅଧିନରେ ରହିଛି । ଏହି ରାସ୍ତାରେ କେବଳ ତାଳି ପକା ଯାଇ ଠିକାଦାର ଓ ଅଧିକାରୀଙ୍କୁ ପୋଷିବା ପାଇଁ ରଖାଯାଇଛି । ପ୍ରତିବର୍ଷ ଅଁଳାନବମୀ ଆଗରୁ ତାଳି ପକା ଯାଇ ଲକ୍ଷାଧିକ ଟଙ୍କା ବିଲ କରାଯାଇଥାଏ । ଏହା ଜିଲାପ୍ରଶାସନ ଠାରୁ ମନ୍ତ୍ରୀ ଜାଣନ୍ତି । ଏ ବର୍ଷ ସେହିପରି ରାସ୍ତାରେ ବର୍ଷା ଦିନ ହେବା ଆଗରୁ ନାମକୁ ମାତ୍ର ତାଳି ପକା ଯାଇ ବିଲ କରାଯାଇଥିଲା । ଯେଉଁ ଠାରେ ତାଳି ପକାଯାଇ କାମ କରାଯାଇଥିଲା ସେହି ଠାରେ ବର୍ଷା ହେବାରୁ ପୁର୍ନବାର ଖାଲ ଖମା ହୋଇ ପାଣି ଜମିବା ଫଳରେ ଲୋକମାନେ ଯିବା ଆସିବାରେ ବାଧା ସୃଷ୍ଟିହେଲା । ବାରମ୍ବାର ଏହି ରାସ୍ତା ଉପରେ ଖବର ପ୍ରସାରିତ ହେବା ଫଳରେ ବିଭାଗୀୟ ଜେଇ ଠିକାଦାରଙ୍କ ମାଧ୍ୟମରେ ନାମକୁ ମାତ୍ର ଅଳ୍ପ ପରିମାଣର ଗୋଡି ଡଷ୍ଟଗୁଣ ମିଶ୍ରଣ କରି ସେଠାରେ ପାକଇ ଦେଇଛନ୍ତି । ବର୍ଷାରେ ଗୋଡିକୁଣ୍ଡ ଧୋଇଗଲା ପରେ ଏବେ ରାସ୍ତାରେ ଗୋଡି ଗୁଡିକ ଗଡିବା ଆରମ୍ଭ କଲାଣି । ଅନ୍ୟ ପକ୍ଷେ ଯେଉଁଠାରେ ଗୋଡି ପଡିଲା ସେଠାରେ ମଧ୍ୟ ଆଗ ପରି ଖାଲ ସୃଷ୍ଟି ହେଲାଣି । ଅନ୍ୟ ପକ୍ଷେ ଖାଲଖମା ସୃଷ୍ଟି ହୋଇଥିବା ରାସ୍ତାରେ ଗୋଡି ପକାଇ ରାସ୍ତାକୁ ଉଚ୍ଚ କରିବା ଫଳରେ ପାଣି ରାସ୍ତାର କରରେ ଥିବା ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କରେ ମାଟିପଙ୍କ ସହିତ ପାଣି ଲହଡି ମାରୁଛି । ମାତ୍ର ପାଣି ନିଷ୍କାସନର ବାଟ ବହାରି ପାରିଲାଣି । ଅନ୍ୟ ପକ୍ଷେ ଏହି ରାସ୍ତାକୁ ରେଳଫାଟକ ଠାରୁ ଉଚ୍ଚ କରି ମଉଁନେଇ ମନ୍ଦିର ପର୍ଯ୍ୟନ୍ତ ଅଣାଯିବ ତା ହେଲେ ପାଣି ନିଷ୍କାସନ ହୋଇ ପାରିବ । ଅନ୍ୟ ପକ୍ଷେ ଏହି ରାସ୍ତା ପାଇଁ ଅର୍ଥ ଏବଂ ରେଳଫାଟ ବାଧକ ସଜିଛି । ରେଳଓଭରବ୍ରିତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ମାଧ୍ୟମରେ ଶିଳାନ୍ୟାସ କରିସାରିଛନ୍ତି । ସମସ୍ତ ପ୍ରକିୟା ଶେଷ ପର୍ଯ୍ୟୟରେ ଅଟକି ରହିଛି । ଯାହା ଫଳରେକି ଉକ୍ତ ରାସ୍ତା ନିର୍ମାଣରେ ବାଧକ ସାଜିଛି ରେଳଫାଟକ ବୋଲି ଜଣସାଧାରଣ କହନ୍ତି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୭/୨୦୨୪---୮,୨୫   Sakhigopal News, 26/7/2024

Blog Archive

Popular Posts