Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଦିବସ ପାଳିତ

 ସାକ୍ଷୀଗୋପାଳ ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶିକ୍ଷା ସପ୍ତାହ ଦିବସ ଆଡମ୍ବର ସହ ପାଳନ ହୋଇଛି। ୨୨ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି  ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଚାଲିବ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି। ପ୍ରଥମ ଦିବସରେ ବିଦ୍ଯାଳୟକୁ ଆସିଥିବା ଛାତ୍ର ଛାତ୍ରୀଙ୍କ ତରଫରୁ ଟିଏଲ୍‌ଏମ୍‌ ଉପକରଣ ପ୍ରସ୍ତୁତ ହୋଇଥିଲା ।  ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକଙ୍କ ଗହଣରେ ଏହା ପ୍ରଦର୍ଶିତ କରାଯାଇଥିଲା। ଦ୍ବିତୀୟ ଦିବସରେ ଏଫ୍‌ଏଲ୍‌ଏନ୍‌ ସଙ୍କ୍ରାନ୍ତିୟ ତଥ୍ୟ ଉପସ୍ଥାପନ କରିଥିଲେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ। ଶିକ୍ଷୟତ୍ରୀ ବୈଜୟନ୍ତି ମିଶ୍ର,ତପସ୍ବିନୀ ତ୍ରିପାଠୀ,ସୌଦାମିନୀ ନାୟକ ଶିକ୍ଷକ ବସନ୍ତ ସ୍ବାଇଁ,ସୁଚିତ୍ର ଖଟେଇ,ବିଶ୍ବନାଥ ସ୍ବାଇଁ ଓ ମୃତ୍ୟୁଞ୍ଜୟ ମହାପାତ୍ର  ଆଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ  ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୭/୨୦୨୪---- Sakhigopal News,23/7/2024

Blog Archive

Popular Posts