ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ
ଭଞ୍ଜନଗର--ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଭଞ୍ଜନଗର ବ୍ଲକ ଅଧୀନରେ ଥିବା ତୁରୁମୁ ଠାରେ ଏକ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭଞ୍ଜନଗର ଡାକ ଅଧିକ୍ଷକ ଶ୍ରୀ ରବିନାରାୟଣ ବେହେରା , ଭଞ୍ଜନଗର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏସିଓ ଶବର, ଭଞ୍ଜନଗର ଆଇ. ସି .ଡି.ଏସ ସୁପରଭାଇଜର ଶ୍ରୀମତୀ ସରିତା ପାତ୍ର , ବ୍ରହ୍ମପୁର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ସ୍ଵାଭିମାନ ସାହୁ , ଇଣ୍ଡିଆ ପୋଷ୍ଟ ପେମେନ୍ଟ ବ୍ୟାଙ୍କ ମେନେଜର, ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଓ ମେଲ ଓଭର୍ସିୟର, ଶ୍ରୀ ସୂର୍ଯ୍ୟ ନାରାୟଣ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ଚିଟପଣ୍ଡ ସଂସ୍ଥାରୁ ସୁରକ୍ଷା ଓ ସୁରକ୍ଷିତ ସଞ୍ଚୟ ସମ୍ପର୍କରେ ଆଲୋଚନା କରଯାଇଥିଲା । କାର୍ଯ୍ୟକ୍ରମକୁ ଭଞ୍ଜନଗର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶୁଶ୍ରୀ ଲୋପାମୁଦ୍ରା ପଣ୍ଡା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନୱ୍ବାଡି କର୍ମୀ, ଅଙ୍ଗନୱ୍ବାଡି ସହାୟିକା ଓ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାମାନେ ଯୋଗ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୭/୨୦୨୪----୮,୪୫ Sakhigopal News,30/7/2024