Breaking News

ପୁଣି "ବାଘ"ଆତଙ୍କ ଗାଈ-ଗୋଠ ରୁ ଟାଣିନେଇ ବାଛୁରୀ କୁ ମାରିଲା


ଭଞ୍ଜନଗର - ଜଗନ୍ନାଥପ୍ରସାଦ ବନାଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ ଲାଗି ରହିଛି । ତିରିକୁମ୍ପା ଗାଁ ନିକଟ ଗାଈ-ଗୋଠ ରୁ ଟାଣିନେଇ ବାଛୁରୀ କୁ ମାରିଲା । ସ୍ଥାନୀୟ ଅଞ୍ଚଳରେ "ବାଘ" କୁ ନେଇ ଚର୍ଚ୍ଚା, ହେଉଥିବା ବେଳେ ବନବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇନାହିଁ । ପାଦଚିହ୍ନ କୁ  ଅନୁଧ୍ୟାନ କରାଯିବା ସହ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହନ୍ତି । ସୂଚନା ପ୍ରକାରେ ତିରିକୁମ୍ପା ଗାଁ ର ଗାଈ ମାଲିକ ସୁରେନ୍ଦ୍ର ପ୍ରଧାନଙ୍କ ବୋଲି ଜଣାପଡିଛି । ତେବେ ଗତ କିଛି ମାସ ହେଲା,  ଉଭୟ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ର ବିଭିନ୍ନ ସ୍ଥାନରେ ବାଘ ବୁଲୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଗାଈ, ବାଛୁରୀ ଓ ବଳଦ ଙ୍କୁ ଆକ୍ରମଣ କରି ମାରୁଛି  ବାଘ । ପାଦଚିହ୍ନ ରୁ ବାଘ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ବନବିଭାଗ ବିଭିନ୍ନ ସ୍ଥାନରେ ଲଗାଉଥିବା ଟ୍ରାପ୍ କ୍ୟାମେରା ରେ କିନ୍ତୁ ବାଘ ର ଛବି ଆସୁନାହିଁ । ଅନ୍ୟ ପକ୍ଷରେ ଏସଂକ୍ରାନ୍ତରେ ବନ ବିଭାଗ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇନାହିଁ । ତେବେ ଘଟଣା ହେଉଛି, ସଂପୃକ୍ତ ବାଘ ଟି ବିଭିନ୍ନ ସମୟରେ ସ୍ଥାନ ବଦଳାଉଥିବାରୁ ଏହାର ଗତିବିଧି କୁ ନେଇ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିତରେ ଛନକା ପଶିଛି । ଏବେ ଦେଖିବା କଥା, ବନବିଭାଗ ଏକ୍ଷେତ୍ରରେ ଆଗକୁ କି' ପଦକ୍ଷେପ ଗ୍ରହଣ କରୁଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୭/୨୦୨୪---୭,୪୫ Sakhigopal News,20/7/2024

Blog Archive

Popular Posts