Breaking News

ସତ୍ୟବାଦୀରେ ପହଞ୍ଚିଲା ଧାନ କାଟେଣି ଛାଟେଣିକୁ ରୋକିବା ପାଇଁ ମେସିନ



 ସାକ୍ଷୀଗୋପାଳ--- ଖରିଫ ଧାନ କିଣା ପାଇଁ ରାଜ୍ୟ ସରକାର ଏବେ ଠାରୁ ଧାନ ବିକ୍ରୟ ପାଇଁ ଚାଷୀ ମାନେ ନାମ ଅନଲାଇନି ମାଧ୍ୟମରେ ନାମ ପଞ୍ଜିକରଣ ଆରମ୍ଭ କରିବା ପାଇଁ ଅନୁମତି ଦେଇଛନ୍ତି । ପ୍ରତିବର୍ଷ ଧାନ କିଣା ସମୟରେ ଧାନ କାଟେଣୀ ଛାଟେଣିକୁ ନେଇ ଚାଷୀ ଓ ସମବାୟ ସମିତି ଓ ମିଲର ମାନଙ୍କ ମଧ୍ୟରେ କଥା କଟାକଟି ହୋଇଥାଏ । ଏପରିକି ରାସ୍ତାରୋକ ଠାରୁ ଚାଷୀ ମାନେ ଧାରଣା ଦେଇଥାନ୍ତି । ସରକାର ଐ ବର୍ଷ ଏଫକ୍ୟୁ ମାନର ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କା କରିଛନ୍ତି । ଯାହାକି ଅଧିକାଂଶ ଚାଷୀ ମାନେ ନିଶ୍ଚିତ ଭାବେ ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜିକରଣ କରିବେ । ଏଥିରେ କୌଣସି ସନ୍ଦେହ ନାହିଁ । ସେହିପରି ମିଲର ଓ ସମବାୟ ସମିତି ପକ୍ଷରୁ ଚାଷୀ ଧାନ ବିକ୍ରୟ ସମୟରେ ମନଇଛା ଧାନ କାଟେଣି ଛାଟୋଣୀ କରିବେ ବୋଲି ଜଣାପଡିଛି । ସୁଚନାଯୋଗ୍ୟ ଯେ ଏଫକ୍ୟୁ ମାନର ଧାନ ଜାଣିବା ପାଇଁ ବା ଗୁଣ ପରୀକ୍ଷା କରିବା ପାଇଁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ବିଭିନ୍ନ ସମବାୟ ସମିତିକୁ ଓଜନ ମେସିନ , ପାଲ, ଧାନର ଗୁଣ ପରୀକ୍ଷା କରିବା ପାଇଁ ମେସିନ ଯୋଗାଇ ଦିଆଯାଉଛି ।  ମାତ୍ର ଏ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ କରି ଏକ ମେସିନ ଆସିଛି । ଏଥିରେ ଏକ ସଙ୍ଗେ୫୦ କେଜିର ଧାନ ପକାଇ ଦେଲେ ଉକ୍ତ ମେସିନ ଧାନର ମାନ ଗୁଣ ସବୁ ଅଲଗା କରି ଧାନ କେତେ ପରିମାଣର ଏଫକ୍ୟୁ ମାନର ଧାନର ପରିମାଣ କରିଦେବ ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାରକମିଟିର ସମ୍ପାଦକ ଜିତେନ୍ଦୁ ଦାଶ କହନ୍ତି । ଏହି ମେସିନ ଯେଉଁଠି ଚାଷୀ ବା ମିଲର ବା ସମବାୟ ସମିତିର ସମ୍ପାଦକ ମାନେ ମଗାଇବେ ସେଠାକୁ ଉକ୍ତ ମେସିନ ଯୋଗାଇ ଦିଆଯିବ ବୋଲି ସମ୍ପାଦକ ଶ୍ରୀ ଦାଶ କହନ୍ତି । ଯାହାକି ଚାଷୀ ମାନେ ଏଥର ନିଶ୍ଚୟ ଏଫକ୍ୟୁ ମାନର ଧାନ ଆଣିବେ ବୋଲି ଶ୍ରୀ ଦାଶ ଆଶା କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୭/୨୦୨୪---୮,୨୫   Sakhigopal News, 26/7/2024

Blog Archive

Popular Posts