Breaking News

ସାକ୍ଷୀଗୋପାଳରେ ଆଳୁ କିଲୋ ୪୦ରୁ ୫୦ ଟଙ୍କା ଛୁଇଁଲା; ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଣଦେଖା ଯୋଗାଣବିଭାଗ


ସାକ୍ଷୀଗୋପାଳ--- ସତ୍ୟବାଦୀରେ ଆଳୁ କିଲୋ ପ୍ରତି ୪୫ରୁ ୫୦ ଟଙ୍କା ଛୁଇଁଛି । ଛୋଟ କାଟିଆ ପରିବା ଦେକାନୀରୁ ଆଳୁ ଗାଏବ ହୋଇଯାଇଛି । ଏପରିକି ଆଳୁ ଗୋଦାମ ବା ବଡ ବଡ ପରିବା ଦେକାନ ମାନଙ୍କରେ ଗୋଟିଏ ଗୋଟିଏ ବସ୍ତା ଆଳୁ ରହିଛି । ସେମାନେ ଆଳୁ କିଲୋ ପ୍ରତି ୪୫ରୁ ୫୦ ଟଙ୍କା ନେଉଥିବାର ଜଣାପଡିଛି । ଗୁଣ୍ଡ ଆଳୁ ବା ଛୋଟ ଛୋଟ ଆଳୁ କିଲୋ ପ୍ରତି ୪୦ ରୁ ୪୫ଟଙ୍କା ରହିଛି । ଯାହାକି ଲୋକମାନେ ଆଳୁ ବଦଳରେ ଅମୃତଭଣ୍ଡା ଓ କଖାରୁ କିଣିବାରୁ ପରିବା ଦେକାନୀ ମାନେ ଅମୃତଭଣ୍ଡା କିଲୋପ୍ରତି ୨୦ ଟଙ୍କାରୁ ୩୦ ଟଙ୍କାକୁ ବୃଦ୍ଧି କରିଥିବା ବେଳେ କଖାରୁ କିଲୋ ଏବେ ୪୦ ଟଙ୍କାରେ ବିକ୍ରୟ କରାଯାଉଛି ବୋଲି ଗ୍ରାହକ ମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଳୁ କିଲୋ ପ୍ରତି ୩୨ଟଙ୍କାରୁ ଅଧିକରେ ଯେଉଁ ପରିବା ଦେକାନୀ ବିକ୍ରୟ କରିବେ ସେମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ମାତ୍ର ସତ୍ୟବାଦୀରେ ଆଳୁ କିଲୋ ୪୫ରୁ ୫୦ ଟଙ୍କାରେ ଖୋଲାଖୋଲି ଭାବେ ବିକ୍ରୟ କରାଯାଉଛି । ଏ ସମ୍ପକରେ ସତ୍ୟବାଦୀ ବ୍ଳକର ଯୋଗାଣ ବିଭାଗ ଅଧିକାରିଣୀଙ୍କୁ ଅଭିଯୋଗ କଲେ ଦେଖିବା କହି କଥାକୁ ଏଡାଇ ଦିଅନ୍ତି ବୋଲି କେତେକ ଗ୍ରାହକ କହନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ଏଥିପ୍ରତି ନଜର ଦେବାକୁ ଦାବି ହେଉଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୭/୨୦୨୪---୮,୨୫    Sakhigopal News---27/7/2024

Blog Archive

Popular Posts