ମଣ୍ଡଳ ସ୍ତରୀୟ ଅଶି ଘର ସହରା ସମାଜର ଏକତା ସଭା
ବରଗଡ଼ --- ଭେଡେନ ବ୍ଲକ୍ ର ଜୋନ ୧ ର ରେମଣ୍ଡା,ତାଳମେଣ୍ଡା ର ମଣ୍ଡଳ ସ୍ତରୀୟ ଅଶି ଘର ସହରା ସମାଜର ଏକତା ସଭା ଅନୁଷ୍ଠିତ ହୋଇଯାଇଛି। ଭେଡେନ ବ୍ଲକ ସହଁରାଟିକରା ର ବିଜୁ କୃଷକ ଭବନ ରେ ଅନୁଷ୍ଠିତ ସଭାରେ ଭେଡେନ ବ୍ଲକ ସମ୍ପାଦକ ସୁଶିଲ କୁମାର ଭୁଏ ସଂଯୋଜନା କରିଥିଲେ। ଏଥିରେ ଅଧ୍ୟକ୍ଷତା କରିଥିଲେ ଦୟାସାଗର ଭୋଇ । ଅତିଥି ଭାବେ ଛଲୁ ବୁଡେକ ଯୋଗ ଦେଇଥିଲେ। ଏହି ସଭାରେ ସହରା ସମାଜକୁ ସୁସଂଗଠିତ କରିବା ସହ ଏକ ଉନ୍ନତ ସମାଜରେ ପରିଣତ କରିବାକୁ ଜାତିଭାଇ ଦୃଢ଼ ସଂକଳ୍ପ ନେଇଥିଲେ । ସମସ୍ତ ଜାତିଭାଇ ମାନଙ୍କ ସହଯୋଗରେ ରେମଣ୍ଡା,ତାଲମେଣ୍ଡା ଦନ୍ତା ନଦୀ କୂଳରେ ଏକ ଶାବରୀ ଅନାଥାଶ୍ରମ କରିବା ସହ ଶାବରୀ ନାରାୟଣ ପୂଜା ପିଠ କରିବାକୁ ନିର୍ଣ୍ଣୟ କରାଯାଇଥିଲା । ପାଞ୍ଚଟି ପଞ୍ଚାୟତର ବିଭିନ୍ନ ଗ୍ରାମର ଜାତିଭାଇ ଯୋଗ ହୋଇଥିଲେ ।ଅତାବିରା ବ୍ଲକ୍ ରୁ ମଧ୍ୟ ଜାତି କର୍ମକର୍ତ୍ତା ଯୋଗଦାନ କରିଥିଲେ । ରବୀନ୍ଦ୍ର ଭୂଏ,ତରଣି ଭଏ,ଦିଲେଶ୍ୱର୍ ବିଶ୍ଵାଳ, ମନୋରଞ୍ଜନ ଭୂଏ ପ୍ରମୁଖ ସହଯୋଗ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୭/୨୦୨୪----୯,୫୦ Sakhigopal News,21/7/2024