ଭାର୍ଗବୀ ନଦୀରେ ଏ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରବାହିତ ବିପଦ ସଙ୍କେତ ତଳେ ପ୍ରବାହିତ
ସାକ୍ଷୀଗୋପାଳ--- ସତ୍ୟବାଦୀରେ ପ୍ରବାହିତ ଭାର୍ଗବୀ ନଦୀରେ ଏ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେଇଛି । ବନ୍ୟାଜଳ ପ୍ରବାହିତ ହେବା ପରେ ନଦୀ ବନ୍ଧର ପାଖରେ ବସବାସ କରୁଥିବା ଲୋକମାନେ ଟିକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ମାତ୍ର ନଦୀ ପଠା ଏ ପର୍ଯ୍ୟନ୍ତ ବୁଡି ନାହିଁ । ମାତ୍ର ନଦୀ ପଠାରେ କରିଥିବା ପନି ପରିବା କିଆରିରେ ପାଣି ପଶିବାକୁ ଯାଉଛି । ଯଦୀ ଉପରମୁଣ୍ଡରେ ବର୍ଷା ନ ହୁଏ ବା ହୀରାକୁଦ ଡ୍ରାମ ଆଉ ଅଧିକ ଗେଟ ନ ଖୋଲିବ ତା ହେଲେ ପାଣି ନଦୀରେ ନଦୀରେ ଖଲସା ହୋଇଯିବ ବୋଲି ଚାଷୀ ମାନେ କହନ୍ତି । ପାଣି ଯଦି ଅଧିକ ଆସେ ତା ହେଲେ ନଦୀ ପଠାରେ ହୋଇଥିବା ଲଙ୍କା, କଖାରୁ, ପୋଇ, ଶାଗ, ଜହ୍ନି, ପୋଟଳ ଆଦି ଫସଲ ନଷ୍ଟ ହୋଇଯିବ । ନଦୀରେ ପାଣି ଆସିବା ଜାଣି ଚାଷୀ ମାନେ ଫସଲ କିଆରିରୁ କଖାରୁ, ଜହ୍ନି, ପୋଇ, ଲଙ୍କା ଆଦି ତୋଳି ବିକ୍ରୟ କରି ସାରିଛନ୍ତି । ସାକ୍ଷୀଗୋପାଳ ଜଳସେଚନ ବିଭାଗର ଜେଇ ସୁରେଶ ସାହୁ କହନ୍ତି ବଳଙ୍ଗାରେ ଠାରେ ବିପଦ ସଙ୍କେତ୧୦,୪୨ ଥିବା ବେଳେ ଏବେ ନଦୀରେ ବନ୍ୟାଜଳ ୬,୪୬ ପ୍ରବାହିତ ହେଉଛି । କୌଣସି ଅସୁବିଧା ନାହିଁ ବା ଭୟ କରିବାର ନାହିଁ । ତଥାପି ସାକ୍ଷୀଗୋପାଳ ଜଳସେଚନ ବିଭାଗର ଏସଡିଓ ମକର ବେହେରାଙ୍କ ତତ୍ୱବଧାନରେ ସମସ୍ତ ଜେଇ ମାନେ ନଦୀ ବନ୍ଧ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ବୋଲି ଜେଇ ଶ୍ରୀ ସାହୁ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୪----୭,୨୫ Sakhigopal News, 30/7/2024-