Breaking News

ଶ୍ରମ ଆଇନର ଖୋଲାଖୋଲି ଉଲ୍ଲଂଘନ ; ସଫେଇ କର୍ମଚାରୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ପୌର ପ୍ରଶାସନିକ ଅଧିକାରୀ

 
 
ଜଟଣୀ : ଲଗାଣ ବର୍ଷା କୁ ଆଖି ଆଗରେ ରଖି ପୌରପାଳିକା ପକ୍ଷରୁ ପୌରାଞ୍ଚଳରେ ଥିବା ବିଭିନ୍ନ ଗଳି କନ୍ଦିରେ ଥିବା ନଳା ନର୍ଦ୍ଦମା ସଫେଇ ଆରମ୍ଭ କରାଯାଇଛି l ତେବେ ଦୁଇଦିନ ହେବ ଏଭଳି ଏକ ରୋଚକ ବିଷୟ ଦେଖିବାକୁ ମିଳିଛି ଯାହାକି ଖୋଲାଖୋଲି ଭାବେ ଶ୍ରମ ଆଇନ୍ ଓ ମାନବାଧିକାର ଆଇନ୍ କୁ ଉଲଂଘନ ହେଉଥିବା ବୁଦ୍ଧିଜୀବୀ ମହଲରେ ଭ୍ରକୁଞ୍ଚନ ସ୍ରୁଷ୍ଟି କରିଛି l ନିୟମ ଉଲଙ୍ଘନ କରାଯାଇ ଜେଏମସି ପକ୍ଷରୁ ନିୟୋଜିତ ସଫେଇ ଠିକା ଶ୍ରମିକ ମାନଙ୍କୁ ସୁରକ୍ଷା ବିହୀନ ଭାବେ ନଳା ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଯାହାକି ଲାଗୁଛି ଶ୍ରମ ଆଇନ କାର୍ଯ୍ୟକାରୀ କେବଳ କାଗଜ କଲମରେ ସୀମିତ l ନା ସେମାନଙ୍କ ପାଖରେ ଛିଡା ହୋଇ କୌଣସି ବିଭାଗୀୟ କର୍ମଚାରୀ ତଦାରଖ କରୁଛନ୍ତି ନା ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ପୂର୍ବରୁ ସୁରକ୍ଷା ପାଇଁ କିଟ୍ ପ୍ରଦାନ କରୁଛନ୍ତି l କେବଳ କାର୍ଯ୍ୟ ଆରମ୍ଭ ସମୟରେ ଓ ସରିଗଲେ ଫଟ ଉଠାଇ ସରକାରି ସାଇଟ୍ ରେ ଅପଲୋଡ଼ କରିଦେଲେ କାର୍ଯ୍ୟ ଶେଷ । କିନ୍ତୁ ପ୍ରକୃତ ଘଟଣା ବୁଝୁଛି କିଏ l ଦୁଇବର୍ଷ ତଳେ ନଗରଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ପୌରାଞ୍ଚଳରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପାଇଖାନା ଟାଙ୍କି ସଫା ହେଉ ବା ନଳା ନର୍ଦ୍ଦମା ସଫେଇ ପୂର୍ବରୁ ସେମାନଙ୍କୁ ଆବଶ୍ୟକୀୟ ବୁଟ୍, କିଟ୍ ଆଦି ପିନ୍ଧିବାକୁ ଦେଇ କାର୍ଯ୍ୟ କରାଇବା କଥା । ହେଲେ ସମସ୍ତ ନିୟମ କାନୁନକୁ ଚଳୁ କରି ଯେନତେନ ପ୍ରକାରେଣ ଠ,ଠା, ଠି କରି କାମ ଚଳାଇବାରେ ଓସ୍ତାଦ ସୁପରଭାଇଜର ମାନଙ୍କ ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ତେବେ ନିଜ ପେଟପାଟଣା ପାଇଁ ଏଭଲି କାର୍ଯ୍ୟ କରୁଥିବା ଗରିବ ଶ୍ରମିକ ମାନଙ୍କୁ ଖାଲି ପାଦ ଓ ଫୁଙ୍ଗୁଳା ଶରୀରରେ କାର୍ଯ୍ୟ କରାଇବାକୁ ନେଇ ସହରର ଅଗ୍ରଣୀ ସାମାଜିକ ସଂଗଠନ ମାନେ ନାପସନ୍ଦ କରିଛନ୍ତି l ଏଥିପ୍ରତି ପୌର ନିର୍ବାହୀ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏଭଳି ବେଆଇନ କାର୍ଯ୍ୟକଳାପକୁ ପରିଚାଳନା କରୁଥିବା କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଗକୁ ଏଭଳି କାର୍ଯ୍ୟକଳାପ ନହେବା ପାଇଁ ସାଧାରଣରେ ଦାବି କରାଯାଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୭/୨୦୨୪----୮,୪୫ Sakhigopal News,3/7/2024

Blog Archive

Popular Posts