Breaking News

ଜଟଣୀ ବ୍ଲକରେ ପିସି କାରବାର ଅଭିଯୋଗ ଭିର୍ତିହୀନ କହିଲେ ଅଧକ୍ଷା ଜୟନ୍ତୀ ଛୋଟରାୟ




ଜଟଣୀ --ଜଟଣୀ  ବ୍ଲକରେ ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟରେ ପିସି କାରବାର ହେଉଥିବା କଟଣୀ ବ୍ଳକର ଉପାଧ୍ଯକ୍ଷା ଜ୍ୟୋସାରାଣୀ ଦାସ ଅଭିଯୋଗ କରିଥିବା କିଛି ଗଣମାଧ୍ୟମରୁ ସୂଚନା ମିଳିଛି । ଏ ସଂପର୍କରେ ମୋର ମତ ରଖୁବାକୁ ଉଚିତ୍ ମନେକଲି। ଜଟଣୀ ବ୍ଲକରେ ପିସି କାରବାର ହେଉଥିବା ମୋ ଜ୍ଞାତସାରରେ ନାହିଁ। ଏ ସଂପର୍କରେ କୌଣସି ସୂତରୁ କିଛି ମଧ୍ଯ ଅଭିଯୋଗ ପ୍ରାପ୍ତ ହୋଇନାହିଁ। ବିଡ଼ିଓ ରଶ୍ମିତା ନାଥ ଜଣେ ସଚ୍ଚୋଟ ଅଧିକାରୀଣି । ସେ ପିସି କାରବାରକୁ ସମ୍ପୂର୍ଣ୍ଣ ବିରୋଧ କରନ୍ତି। ବିଭିନ୍ନ ସମୟରେ ପଞ୍ଚାୟତ ସମିତି ଏବଂ ବ୍ଲକସ୍ତରୀୟ ସରକାରୀ ଅଧିକାରୀଙ୍କ ବୈଠକ ସମୟରେ କୌଣସି କ୍ଷେତ୍ରରେ ବା କାର୍ଯ୍ୟରେ ସମିକ୍ଷା ସମୟରେ କୌଣସି ଦୁର୍ନୀତିର ଆଭାସ ମିଳି ନାହିଁ । ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବରେ ଏବଂ ବିଡିଓ ମ୍ୟାଡାମ୍ ଆମେ ସର୍ବଦା ଦୁର୍ନୀତି ବିରୋଧରେ ସବୁ ସମୟରେ ସ୍ୱର ଉତୋଳନ କରିଆସିଛୁ । ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଦୁର୍ନୀତିମୁକ୍ତ ରହିବା ସହିତ ଦୁର୍ନୀତି ବିରୋଧରେ ସ୍ବର ଉତୋଳନ କରିବା ପାଇଁ ପ୍ରୋତ୍ସାହନ ଦେଇଆସିଛୁ। ପ୍ରକଳ୍ପ ନିର୍ମାଣ ହେଉ ବା ଉନ୍ନୟନମୂଳକ କାର୍ଯ୍ୟ ହେଉ । ସଚ୍ଚୋଟତା ଭିତରେ ସମସ୍ତ କାର୍ଯ୍ୟ କରାଯାଉଛି l ଗତ ୨ବର୍ଷ ଧରି ଚୁପ୍ ରହିଥିବା ଉପାଧ୍ଯକ୍ଷା ଗତ ଦୁଇଦିନ ତଳେ ପିସି କାରବାର ଅଭିଯୋଗ ଉଠାଇବାର ଉଦ୍ଦେଶ୍ୟ କଣ ?। ଏବଂ କାହା ପ୍ରରୋଚନାରେ ସେ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି l ନିଜର ମନ୍ଦ ଉଦ୍ଦେଶ୍ୟ ସାଧିତ ନହେବାରୁ ବ୍ଳକ କର୍ମଚାରୀ, ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କ ମନୋବଳ ଭାଙ୍ଗିବା, ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ବେଆଇନ କାର୍ଯ୍ୟ କରାଇନେବା ଲକ୍ଷ୍ୟରେ ଉପାଧ୍ଯକ୍ଷା ଶ୍ରୀମତୀ ଦାସ ଏଭଳି ମିଥ୍ୟା ଅଭିଯୋଗମାନ ଆଣିଥିବା ମୋର ମନେହେଉଛି। ଗତ ୨ ବର୍ଷ ମଧ୍ୟରେ ପଞ୍ଚାୟତ ସମିତି ଅଂଶ ୩୦ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ସଂପୂର୍ଣ ମିଥ୍ୟା ,ଏବଂ ଭିର୍ତିହୀନ। ଉପାଧ୍ଯକ୍ଷା ଶ୍ରୀମତୀ ଦାସ ଯଦି ଏଭଳି ଅଭିଯୋଗ ପ୍ରମାଣିତ କରିପାରିବେ ମୁଁ ମୋ ପଦବୀରୁ ଇସ୍ତଫା ଦେଇଦେବି ବୋଲି କହିଛନ୍ତି। ଅଭିଯୋଗର ପ୍ରମାଣ ନଦେଇପାରିଲେ ଉପାଧ୍ଯକ୍ଷା ଇସ୍ତଫା ଦେବେ କି ବୋଲି ପ୍ରଶ୍ନ କରିଛନ୍ତି?। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୭/୨୦୨୪----୯,୧୦ Sakhigopal News,22/7/2024

Blog Archive

Popular Posts