ଜନ୍ମ ଦିନରେ ରକ୍ତ ଦାନ ଶିବିର ୨୪ୟୁନିଟ୍ ରକ୍ତ ସଂଗୃହୀତ
ବରଗଡ଼ ----
ନିଷ୍ଠା ପରିବାରର ମହିଳା ଶାଖାର ସଂଯୋଜିକା ସୁଶ୍ରୀ ତ୍ରିପୁରା ସୁହୁଲା ଙ୍କ ଜନ୍ମ ଦିନ ପାଳନ ଅବସରରେ ବରଗଡ ସ୍ଥିତ ଯୁବକ ସଂଘ ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଆର୍.ଡବ୍ଲୁ. ଏସ. ଏସ
ର ଏ.ଇ ମଞ୍ଜୁ ସୁହୁଲା ଯୋଗ ଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କୋଶଳ ସଂଗ୍ରାମୀ ରମଣୀ ଦନ୍ତା ସମ୍ମାନୀତ ଅତିଥି ଭାବରେ ଯୋଗଦେବା ସହିତ ନିଜେ ରକ୍ତ ଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରୁ ସର୍ବମୋଟ #୨୪ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହୋଇଥଲା। ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ନିଜେ ରକ୍ତ ଦାନ କରିବା ସହ ଏକ ରକ୍ତ ଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ତ୍ରିପୁରା ସୁହୁଲା। ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଦିଆଯାଇଥିଲା।ଏକ ନିଆରା ଜନ୍ମ ଦିନ ପାଳନ ପାଇଁ ତ୍ରିପୁରା ଭଉଣୀଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଓ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଶିବିର କୁ ନିଷ୍ଠା ର ଉପଦେଷ୍ଟା ଅଶ୍ଵିନୀ ତ୍ରିପାଠୀ , ଜିତୁ ମହାପାତ୍ର,ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଙ୍କେତ ଆଠଘରା,ସୂତପା ଗଡତିଆ, ପ୍ରାଚୀ କର ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ତ୍ରିପୁରା ସୁହୁଲା ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୭/୨୦୨୪---୭,୩୫ Sakhigopal News,11/7/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୭/୨୦୨୪---୭,୩୫ Sakhigopal News,11/7/2024