Breaking News

ବାଘପାଲି ଗ୍ରାମ ବାସୀଙ୍କ ତରଫରୁ ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି


ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ସୁନାଲରମ୍ଭ ପଞ୍ଚାୟତର ବାଘପାଲି ଗ୍ରାମ ଠାରେ ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ ଙ୍କୁ ଗ୍ରାମବାସୀଙ୍କ ତରଫରୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ଓ ଦିଆଯାଇଛି । ଏହା ପରେ ଦୁର୍ଗା ମନ୍ଦିର ଯାଇ ମା ଦୁର୍ଗାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପରେ ପରେ  ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସଭାପତିତ୍ବ କରି ଥିଲେ ନୀଳାମ୍ବର ପଟେଲ। ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ସମ୍ମାନିତ ଅତିଥି ଭାବେ ପପଙ୍ଗା ମଣ୍ଡଳ ଧନେଶ୍ୱର ପାଢ଼ୀ, ସ୍ଵଧୀନ ରଥ, ସୁଶୀଲ ଧରୁଆ ଯୋଗ ଦେଇଥିଲେ।  ସ୍ଵାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ ନିଳାମ୍ବର ମଲ୍ଲିକ। ଏହାପରେ ବାଘପାଲି ଗ୍ରାମ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପରିଦର୍ଶନ କରି ଥିଲେ ବିଧାୟକ। ସେଠାରେ ମଧ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହା ପରେ ବିଧାୟକ କୁଦୋପାଲି, ଗୁନିଆଁପାଲି ଓ କୁମରାପାଲି ଗ୍ରାମ ଯାଇ ଥିଲେ। ସେଠାରେ ମଧ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଗ୍ରାମ ବାସୀ ମାନେ ଜଣାଇଥିଲେ ଓ ଜନସାଧାରଣ ଙ୍କ ଅଭିଯୋଗ ଶୁଣି ଥିଲେ ବିଧାୟକ ଓ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୭/୨୦୨୪---୫,୩୦ Sakhigopal News,14/7/2024

Blog Archive

Popular Posts