ଦୁଇଟି ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଜାଗେଶ୍ୱରୀ ବିଦ୍ୟାପୀଠ ଓ ନରେନ୍ଦ୍ରପୁର ହାଇସ୍କୁଲରେ ବୃକ୍ଷ ରୋପଣ କରାଯିବା ସହିତ ନିଶା ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ତପୋଭୂମି ଟ୍ରଷ୍ଟ ଓ ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖା ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଶେଷ କରି ୨ଶହରୁ ଅଧିକ ବଉଳ, ବର ଓସ୍ତ, କଦମ୍ବ ସହିତ ବିଭିନ୍ନ ପ୍ରକାରର ଫୁଲଗଛ ବିଦ୍ୟାଳୟ ପରିସରରେ ଲଗାଯାିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା । ସେହିପରି ନିଶା ନିବାରଣ କାର୍ଯ୍ୟକ୍ରମର ପୁରୀ ଜିଲ୍ଲାର ସଂଯୋଜକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ପରିବାର ବା ଗ୍ରାମରେ ନିଶା ସେବନ କରିବାକୁ ପ୍ରଶୟ ନ ଦେବା ପାଇଁ ଆବଶ୍ୟକ ପଡିଲେ ଏକାଠି ହୋଇ ନିଶା ବିକ୍ରୟ କରୁଥିବା ବା ସେବନ କରୁଥିବା ଯୁବକ ମାନଙ୍କୁ ନିଶା ସେବନ ନ କରିବା ଉଦ୍ଦ୍ୟମ କରିବାକୁ ଶପଥ କରାଇଥିଲେ । ସେହିପରି ତପୋଭୂମି ଟ୍ରଷ୍ଟର ସଦସ୍ୟ ରୂପା ଷଡଙ୍ଗୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନରଞ୍ଜନ ମିଶ୍ର ଓ ଚନ୍ଦନପୁର ସ୍ଥିତ ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ପରିଚାଳକ ଜ୍ୟୋତି ରଞ୍ଜନ ଭାରତୀ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ହରପିୟା କର ପ୍ରମୁଖ ଯୋଗ ଦେଇ ନିଶା ସେବନ କରିବା ଦ୍ୱାରା ଆମ ପରିବାରର ବା ସମାଜର ଯେଉଁ କ୍ଷତି ହେବା ସହ ଅମୂଲ୍ୟ ଜୀବନ ମଧ୍ୟ ଚାଲି ଯାଉଛି ବୋଲି ଅତିଥି ମାନେ କହିଥିଲେ । ଭାରତ ବିକାଶ ପରିଷଦର ସତ୍ୟବାଦୀ ଶଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଓଡିଶା ପୂର୍ବ ପ୍ରାନ୍ତର ସଭାପତି ସତ୍ୟବାଦୀ ଦାଶ, ସମ୍ପାଦକ ନବଘନ ଶତପଥୀ, କୋଷାଧ୍ୟକ୍ଷ ବିଜୟ କୁମାର ପରିଡା, ରୀତା ତ୍ରିପାଠୀ, ସୁନିଲ କୁମାର ବେହେରା, ବ୍ରହ୍ମା ମହାରଣା, ବିଷ୍ଣୁ ମହାରଣା, ପ୍ରଫୁଲ ଚନ୍ଦ୍ର ପଣ୍ଡା, ଲିଙ୍ଗରାଜ ସାହୁ, ବିଭୁପ୍ରସାଦ ମହାପାତ୍ର ଓ ନରେନ୍ଦ୍ରପୁର ଗ୍ରାମର ଧର୍ମପରାୟଣ ଓ ଗଛକୁ ଭଲ ପାଉଥିବା ବ୍ୟକ୍ତି ବଳଭ୍ରଦ ମହାପାତ୍ର , ଭାରତ ବିକାଶ ପରିଷଦର ମିଡିଆ ସେଲର ସଂଯୋଜକ ନିହାର ରଞ୍ଜନ ସ୍ୱାଇଁ ଓଜାଗେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ଉମିଳା ନାୟକ ପ୍ରମୁଖ ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିବା ସହ ନିଶା ଠାରୁ ଦୂରେଇ ରହିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ । ଏହି ଅବସରରେ ଭାରତ ବିକାଶ ପରିଷଦ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମରେ ଆଗ୍ରହ ପ୍ରକାଶ କରିବା ପାଇଁ ପାଠ୍ୟଉପକରଣ ସହିତ ଟୋପି ବିତରଣ କରାଯାଇଥିଲା ବୋଲି ମିଡିଆ ସେଲର ସଂଯୋଜକ ଶ୍ରୀ ସ୍ୱାଇଁ କହିଛନ୍ତି । ଶେଷରେ ନରେନ୍ଦ୍ରପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ପ୍ରଧାନ ସମସ୍ତଙ୍କୁ ଧନ୍ôୟାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୭/୨୦୨୪---୮,୨୫ Sakhigopal News--27/7/2024