Breaking News

ସ୍ମାର୍ଟ ମିଟର ଗୁଡିକ ଲଗାଯିବା ପରେ ବିଲ ମନଇଛା ଆସୁଛି


 ବରଗଡ---  ବରଗଡ ଜିଲ୍ଲା ରେମଣ୍ଡା ଗ୍ରାମ ଠାରେ TPWODL ତରଫରୁ ସ୍ମାର୍ଟ ମିଟର ଯୋର ଜବର ଦସ୍ତ ଲଗାଯାଇଛି। ଗ୍ରାମ ର ବିଦ୍ୟୁତ ଉପଭୋକ୍ତା ଅଭିଯୋଗ ଆଣିଛନ୍ତି ଯେ, ପୁରୁଣା ମିଟର ଗୁଡିକ ଠିକ ବିଲ ଆସୁଥିଲା । ବର୍ତମାନ ସ୍ମାର୍ଟ ରେ ଅଧିକ ବିଲ ଆସୁଛି। ଏପରିକି ୫ରୁ ୧୦ ୟୁନିଟ ଅଧିକ ଉଠୁଛି । ଫଳରେ ଉପଭୋକ୍ତା ମାନେ ଅଧିକ ବିଲ ଦେବାକୁ ପଡୁଛି ।ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଏଥିପାଇଁ ବିଦ୍ୟୁତ ବିଭାଗ ତରଫରୁ କୌଣସି ଜନସଚେତନତା ନକରି ବିଭାଗ ତରଫରୁ ପୁରୁଣା ମିଟର କାଢ଼ି ନୂତନ ସ୍ମାର୍ଟ ମିଟର ଲଗାଇ ଦିଆଯାଉଛି। ଫଳରେ ଅଂଚଳରେ ଜନ ଅସନ୍ତୋଷ ଦେଖାଯାଉଛି। ଆଜି ରେମଣ୍ଡା ଗ୍ରାମବାସୀ ତରଫରୁ ଯଶୋବନ୍ତ ସେଠ ଙ୍କ ନେତୃତ୍ବରେ ଗଙ୍ଗାଧର ସାଥୁଆ, ସଂଗ୍ରାମ ସରାଫ, ରତନ ମେହେର, ଲକ୍ଷ୍ମୀକାନ୍ତ ମେହେର, ସୁମନ୍ତ ମେହେର, ରିକି ପାତ୍ର, ବିଶ୍ବନାଥ ପାତ୍ର, ରାଜିନ୍ଦ୍ର ଦାଶ, ଉତ୍ତମ ପାତ୍ର, ମନୋଜ ଭୋଇ, ପ୍ରକାଶ ମେହେର ଓ ଅନ୍ୟାନ୍ୟ ବହୁ ଗ୍ରାମବାସୀ ଥୁଆପାଲି ବିଦ୍ୟୁତ ସେକ୍ସନ ଅଫିସର ପବିତ୍ର ମୋହନ ପାଢୀ ଙ୍କ ମଧ୍ୟବର୍ତ୍ତୀତାରେ ଭେଡେନ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ଙ୍କ ନିକଟକୁ ଦରଖାସ୍ତ ଦିଆଯାଇଛି। ଏହାର କୌଣସି ସମାଧାନ ନ କଲେ ଆଗାମୀ ଦିନରେ ରାସ୍ତା ରୋକ ସହିତ ଆଇନ ଅମାନ୍ୟ ଜନଆନ୍ଦୋଳନ ହେବାପାଇଁ ଚରମ ପଦକ୍ଷେପ ନିଆଯିବ ଓ ବିଦ୍ୟୁତ ବିଭାଗୀୟ ଉଚ୍ଚ ଅଧିକାରୀ ଦାୟୀ ରହିବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୭/୨୦୨୪----୮,୨୫ Sakhigopal News,25/7/2024

Blog Archive

Popular Posts