Breaking News

ଇଣ୍ଡିଆନ ବିଲଡିଂ କଂଗ୍ରେସ ପକ୍ଷରୁ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ପ୍ରଶଂସାପତ୍ର ପ୍ରଦାନ



    
     ସାକ୍ଷୀଗୋପାଳ ---- ଇଣ୍ଡିଆନ ବିଲଡିଂ କଂଗ୍ରେସର ୨୭ ତମ ଅଧିବେଶନରେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ଦିଲ୍ଲୀ ସ୍ଥିତ ମାନେସ୍କା ସେଣ୍ଟରରେ  ପ୍ରଶଂସାପତ୍ର ପ୍ରଦାନ କରାଯାଇଛି  । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ମେଜର ଜେନେରାଲ ଅଶୋକ କୁମାର ଓ ସମ୍ମାନୀତ ଅତିଥି ଭାବେ  ସଂପାଦକ ଭି, ଆର, ବନସଲ ଯୋଗଦେଇ ଏହି  ପ୍ରଶଂସାପତ୍ର ପ୍ରଦାନ କରିଥିଲେ   ।   ଇଣ୍ଡିଆନ ବିଲଡିଂ କଂଗ୍ରେସ ଠାରୁ ଏଭଳି ପ୍ରଶଂସା ପତ୍ର ପାଇବାରେ  ଓଡିଶା ସେତୁ ନିର୍ମାଣ ନିଗମ ରାଜ୍ଯରେ ପ୍ରଥମ । ଓଡ଼ିଶା ସେତୁ ନିର୍ମାଣ ନିଗମର ଇଂଜିନିୟର ଇନ ଚିଫ ତଥା ସିଜିଏମ  ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୁରୀ ଡିଭିଜନର ସାଧାରଣ ପରିଚାଳକ ସୁନ୍ଦର ମାଧବ ପାଢ଼ୀ  , ଆଚାର୍ଯ୍ୟ କମଷ୍ଟ୍ରକସନ ପ୍ରା, ଲି ପରିଚାଳନା ନିର୍ଦ୍ଦଶକ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଓ ସ୍ଥପତି କ୍ଷିତିଜ କାଉଲ ଉପସ୍ଥିତ ରହି ପ୍ରଶଂସାପତ୍ର ଗ୍ରହଣ କରିଥିଲେ  । ଗତ ଜାନୁଆରୀ ୨୪ ତାରିଖରେ ସତ୍ଯବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ଉଦଘାଟନ କରାଯାଇ ଥିଲା  । ଏହି ପ୍ରକଳ୍ପରେ  ୭୦ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ଯୟ କରାଯାଇ ୧୮ ମାସରେ ଏହାର ନିର୍ମାଣ ଶେଷ   ହୋଇଥିଲା  ।  ଏହି ଅବସରରେ ସୋଆବିଶ୍ୱବିଦ୍ଯାଳୟ, ଆଇ ଜି କେସି ହସପିଟାଲ, ପୁରୀର ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର ପ୍ରମୁଖ କାର୍ଯ୍ୟ   ଆଚାର୍ଯ୍ୟ କମଷ୍ଟ୍ରକସନ ପ୍ରା ଲି ଦ୍ୱାରା ସୁନ୍ଦର ଭାବେ କରାଯାଇଛି ବୋଲି ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ କହିଥିଲେ  । ଏଭଳି ପ୍ରଥମ ଥର  ସମ୍ମାନସୂଚକ ପ୍ରଶଂସାପତ୍ର ଓଡ଼ିଶା ସେତୁ ନିର୍ମାଣ ନିଗମ ପାଇଁ ତଥା ରାଜ୍ଯ ପାଇଁ ଗର୍ବ ଓ ଗୌରବ ଆଣିଛି   । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୭/୨୦୨୪-----୮,୨୫ Sakhigopal News,15/7/2024

Blog Archive

Popular Posts