Breaking News

ପିକଅପ୍-ବାଇକ୍ ମୁହାଁମୁହିଁ,୩ ଗୁରୁତର




ଭଞ୍ଜନଗର---ସ୍ଥାନୀୟ ଥାନା ଅନ୍ତର୍ଗତ ମୁଜାଗଡ ଗାଁ ନିକଟରେ  ଏକ ବୋଲେରୋ ପିକ୍ ଅପ୍ ଭ୍ୟାନ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ଥିବା ତିନି ଜଣ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ମାନେ କନ୍ଧମାଳ ଜିଲ୍ଲା ଗୁଟିଙ୍ଗିଆ ଗ୍ରାମର ଜୁନାସ୍ ଦିଗାଲ,ଶାନ୍ତି ଦିଗାଲ ଓ ସାହିଲ ଦିଗାଲ  ବୋଲି ଜଣାପଡିଛି। ମୁଜାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।  ଗୁରୁତର ଆହତମାନେ ଭଞ୍ଜନଗରରୁ  ବାଇକ୍ ଯୋଗେ ନିଜ ଗାଁ କୁ ଫେରୁଥିବା ବେଳେ  ଦୁର୍ଗାପ୍ରସାଦ ପଟୁ ଆସୁଥିବା ଏକ ବୋଲେରୋ ପିକଅପ୍ ଭେନ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ବାଇକ୍ ର ଥିବା ସମସ୍ତେ ଗୁରୁତର ଆହତ ହୋଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୭/୨୦୨୪----୭,୫୦ Sakhigopal News,20/7/2024

Blog Archive

Popular Posts