ଜଟଣୀ ଗଣେଶ ମହୋତ୍ସବ ପାଇଁ ଭୂମି ପୂଜନ
ଜଟଣୀ : ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଅବସରରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଭାଇଚାରା ସମ୍ପର୍କକୁ ପାଥେୟ କରି ଜନସାଧାରଣଙ୍କ ମନୋରଞ୍ଜନ ନିମିତ୍ତ କଳିଙ୍ଗ ଯୁବ ପରିଷଦ ଆନୁକୂଲ୍ୟରେ ଗଣେଶ ମହୋତ୍ସବ ମହାଆଡମ୍ବର ସହକାରେ ପାଳନ ହେଉଛି ।ବିଗତ କିଛିବର୍ଷ ହେବ କରୋନା କଟକଣା ଓ ଆଇନଗତ ମାମଲାରେ ଛନ୍ଦି ହୋଇ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ ପାଇଁ ଆୟୋଜକ କମିଟି ଅଣ୍ଟା ଭିଡିଛନ୍ତି l ଏ ନେଇ ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ବିଧିବିଧାନ ପୂର୍ବକ ପ୍ରାଣନାଥ ଉଚ୍ଚବିଦ୍ୟାଳୟ ନାମରେ ଥିବା ଜମିରେ ଅବସ୍ଥିତ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ଯ ବିଶ୍ଵ ରଞ୍ଜନ ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ରବିନାରାୟଣ ଦାଶ, ସମ୍ପାଦକ ସମୀର ଜେନା, କାର୍ଯ୍ୟକାରୀ ସଭାପତି ସୀତାକାନ୍ତ ନାୟକ, କୋଷାଧ୍ଯକ୍ଷ ସାମନ୍ତରାୟ, ବିଜୟ କୁମାର ଛୋଟରାୟ, ସୁଶାନ୍ତ ରାଉତ, ସୂରଜ ପାଇକରାୟ,ବଦ୍ରିନାରାୟଣ ଦାଶ, ରୋଶନ ଦାସ, ପୁରୁଷୋତ୍ତମ ଜେନା, ଦୀନବନ୍ଧୁ ରଣସିଂହଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୭/୨୦୨୪---୯,୪୫ Sakhigopal News,9/7/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୭/୨୦୨୪---୯,୪୫ Sakhigopal News,9/7/2024