ମୁଣ୍ଡିଆ ସାହି ଅଞ୍ଚଳ ରାସ୍ତାରେ ମାଡୁଛି ନର୍ଦ୍ଦମା ପାଣି , ଅଭିଯୋଗ ସତ୍ୱେ ମିଳୁନି ସୁଫଳ ; କାଉନସିଲରଙ୍କ ପାରିବା ପଣିଆକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ?
ଜଟଣୀ : ଜଟଣୀ ପୌରପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୭ ର ମୁଣ୍ଡିଆ ସାହି ଅଞ୍ଚଳରେ ନର୍ଦ୍ଦମା ପାଣି ରାସ୍ତାରେ ମାଡ଼ି ଜମି ରହିବା ଦ୍ଵାରା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ରାସ୍ତା ସମ୍ପୂର୍ଣ ଧୋଇ ହୋଇଗଲାଣି l ଏହି ରାସ୍ତା ଦେଇ ସ୍ଥାନୀୟ ବାସିନ୍ଦା ଯିବା ଆସିବା କରିବା କଷ୍ଟ ସାଧ୍ୟ୍ୟ ହୋଇପଡିଲେଣି l ଏ ନେଇ ଅଞ୍ଚଳ ବାସିନ୍ଦା ସ୍ଥାନୀୟ ୱାର୍ଡ଼ ର କାଉନସିଲର ଜାଇ ବେହେରାଙ୍କ ନିକଟରେ ଅସୁବିଧା ସମାଧାନ ପାଇଁ ବାରମ୍ବାର ନିବେଦନ କରି ଆସୁଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରି ପିସି ନେଇ ଚୁପ ବସିଥିବା ସମ୍ପୃକ୍ତ ୱାର୍ଡ଼ ର ବହୁ ମହିଳା ଓ ପୁରୁଷମାନେ ଅଭିଯୋଗ କରିଛନ୍ତି l ଉଲ୍ଲେଖ ଯୋଗ୍ୟ ଯେ ଏକ କ୍ଷୁଦ୍ର ମୁଣ୍ଡିଆ ଉପରେ ସରକାରୀ ଜମି ଉପରେ ଅବସ୍ଥିତ ୱାର୍ଡ଼ ରେ ଉପର ମୁଣ୍ଡରୁ ନଳା ପାଣି ଓ ବର୍ଷା ପାଣି ଗଡି ଆସି ଉଦବୃତ୍ତ ନର୍ଦ୍ଦମା ଜଳର ପ୍ରବାହ ସିଧାସଳଖ ଗଳି ସଂଖ୍ୟା ୯୫ ଜେ, ଅଟକଳ ପଛ ଖାଲୁଆ ଅଞ୍ଚଳରେ ଥିବା ରାସ୍ତାରେ ମାଡ଼ି କିଛିମାସ ହେବ ରହିଛି । ଏହି ଅଞ୍ଚଳରେ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଥିବା ପରିଲକ୍ଷିତ ହେଉଛି l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ଅଞ୍ଚଳରେ ବର୍ଜ୍ୟ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବା ହେତୁ ଘର କରି ବସବାସ କରୁଥିବା ଶତାଧିକ ପରିବାରର ଲୋକମାନେ ବାଧ୍ୟ ହୋଇ ରାସ୍ତା ଉପରେ ଗାତ ଖୋଳି ଘରର ପାଣି ବାହାରକୁ ଛାଡୁଛନ୍ତି । ଯାହାଫଳରେ କି ଅଞ୍ଚଳରେ ମଶା ମାଛିଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି l ଏ ନେଇ ଅଞ୍ଚଳ ବାସିନ୍ଦା ନିର୍ବାହୀ ଅଧିକାରୀଙ୍କୁ ପତ୍ର ଯୋଗେ ଅବଗତ କରାଇଥିଲେ ମଧ୍ୟ ଦୀର୍ଘ ପାଞ୍ଚ ମାସ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେବାରେ କାଉନସିଲର କି ପୌର କାର୍ଯ୍ୟାଳୟର ଆଗ୍ରହ ନଥିବା ଉଲଫତ ବିବି,ତାରାତୁନ ବିବି, କେ. ଗିରିଜା, ମଦନ ବେହେରା ରସିକ ମଲ୍ଲିକ, କାହ୍ନୁ ବାରିକ ପ୍ରମୁଖ ୱାର୍ଡ଼ ର ବାସିନ୍ଦା ମାନେ ଖୋଲାଖୋଲି ଭାବେ ଅଭିଯୋଗ କରିଛନ୍ତି l ତେବେ କିଛିଦିନ ତଳେ ଏହି ଅଞ୍ଚଳର ଅପରପାର୍ଶ୍ୱରେ ପୌରପରିଷଦ ପକ୍ଷରୁ ଡ୍ରେନ ଓ ରାସ୍ତା ନିର୍ମାଣ ପାଇଁ ଆର୍ଥିକ ବର୍ଷ ୨୦୨୩ ମସିହା ରେ ୧୪ ଲକ୍ଷ ରୁ ଉର୍ଦ୍ଧ ବ୍ୟୟ ଅଟକଳ କରାଯାଇ ନିମ୍ନମାନର ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇ ଶେଷ ହୋଇଛି । କେବଳ ଡ୍ରେନ ନିର୍ମାଣ କରାଯାଇ ଲୋକ ପ୍ରତିନିଧି ଓ ବିଭାଗୀୟ ମଧୁ ଚନ୍ଦ୍ରିକା ମଧ୍ୟରେ ହରିଲୁଟ କରାଯାଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଯାହାକି ତଦନ୍ତ ସାପେକ୍ଷ l ଏଥିପ୍ରତି ନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l ନଚେତ ଆଗାମୀ ଦିନରେ ରାସ୍ତା ଉପରକୁ ସ୍ଥାନୀୟ ଜନସାଧାରଣ ଓହ୍ଲାଇବେ ବୋଲି ଜଣାପଡିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୭/୨୦୨୪---୮,୫୫ Sakhigopal News, 11/7/2024