Breaking News

ସମବାୟ ସମିତିର ଫନି ବାତ୍ୟାରେ ଗୋଦାମ ଘରର ଆଜବେଷ୍ଟସ ଉଡାଇନେଲା; ଆଜି ପର୍ଯ୍ୟନ୍ତ ତାହା ମରାମତି ହେଲାନାହିଁ



ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳରାମପୁର ସେବା ସମବାୟ ସମିତିର ଫନି ବାତ୍ୟାରେ ଗୋଦାମଘରର ଆଜବେଷ୍ଟସ ଭାଙ୍ଗି ଗଲାଣି । ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ନଜର ନାହିଁ । ଏହାକୁ ନେଇ ଚାଷୀ ମାନେ ଏକଜୁଟ ହୋଇ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି । ଏହି ସମବାୟ ସମିତି ୧୯୭୫ ମସିହାରେ ଗଠନ କରାଯାଇ ୩୦ ଡିସିମିଲି ଜମି ଉପରେ ସମବାୟ ସମିତି ନାମରେ ରହିଛି । ୧୦ ଡିସିମିଲି ଜମି ଉପରେ ଗୋଦାମ ଘର ସହିତ ଅଫିସ କାର୍ଯ୍ୟାଳୟ ରହିଥିବା ବେଳେ ୨୦ ଡିସିମିଲି ଜମି ପଡିରହିଛି । ଏହି ସମବାୟ ସମିତି ଉପରେ ବଳରାମପୁର ଗଡ ଓ ବିଦ୍ୟାଧରପୁର ସମବାୟ ସମିତି ଅଧିନରେ ଥିବା ଚାଷୀ ମାନେ ଧାନ ବିକ୍ରୟ କରିଥାନ୍ତି । ଗତ ବର୍ଷ ୧୨ ହଜାର କୁଇଣ୍ଟାଲ ଧାନ ଏହି ମଣ୍ଡିରେ ଚାଷୀ ମାନେ ବିକ୍ରୟ କରିଛନ୍ତି । ମାତ୍ର ଦୁଖଃର କଥା ସମିତିର ଗୋଦାମ ଘର ନ ଥିବାରୁ  ଚାଷୀ ମାନେ ଖରା ବର୍ଷାରେ ଧାନ ଥୋଇ ଜଗି ରହୁଛନ୍ତି । ଏପରିକି ମିଲର ଯଦି ଧାନ ନ ଉଠାଇଲା ତା ହେଲେ ଚାଷୀ ମାନେ ସେହି ଜଙ୍ଗଲରେ ଧାନ ବସ୍ତା ଥୋଇ ମଶା ଡାଉଁଶରେ ପଡି ରହିନ୍ତି ବୋଲି ଚାଷୀ ମାନେ କହନ୍ତି । ଧାନ ମଣ୍ଡି ହେଉଥିବା ସ୍ଥାନଟି ମଧ୍ୟ ଗୋଡି ସିମେଣ୍ଟ ନ ହୋଇ ମାଟି । ଚାଷୀ ମାନେ ମାଟି ଉପରେ ପାଲ, ପଲିଥିନି  ବା ଅଖା ପକାଇ ଧାନ ବସ୍ତା ଥାକ ମାରି ରଖିଥାନ୍ତି ।  ଚାଷୀ ମାନଙ୍କ ପାଇଁ ବିଶ୍ରାମଘାର, ପାନୀୟ ଜଳ,କୌଣସି ବନ୍ଦୋବସ୍ଥ ନାହିଁ ।  ସମବାୟ ସମିତିର ୫ ବର୍ଷ ହେଲା ନିର୍ବାଚନ ହୋଇନଥିବାରୁ ଚାଷୀ ମାନଙ୍କର ସମସ୍ୟା ସମାଧାନ ମଧ୍ୟ କେହି କରିବାକୁ ଆଗେଇ ଆସୁନାହାନ୍ତି । ଏ ସମ୍ପର୍କରେ  ସତ୍ୟବାଦୀ ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ କମଳ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ ଉକ୍ତ ସମବାୟ ସମିତିର ନବକଳେବର ପାଇଁ ୪୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି ।  ବହୁ ଶିଘ୍ର ଏଠାରେ କାମ କରାଯିବ ବୋଲି ଶ୍ରୀ ଅଚାର୍ଯ୍ୟ କହନ୍ତିୀ । ଅନ୍ୟ ପକ୍ଷେ ଚାଷୀ ମାନେ କହନ୍ତି ଧାନ ମଣ୍ଡି ଖୋଲିବା ଅଗାରୁ ଏଠାରେ ଗୋଦାମଘର, ଧାନ ଅଗଣା, ପାନୀୟ ଜଳ, ବିଶ୍ରାମଘର ଆଦି ସୁବିଧା ଚାଷୀ ମାନଙ୍କ ପାଇଁ ସୁବନ୍ଦୋବସ୍ତ କରନଗଲେ ଚାଷୀ ମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚାଷୀ ମକରା ପ୍ରଧାନ, ରାମ ଭୋଇ, ଜଗନ୍ନାଥ ପ୍ରଧାନ, ସୁକାନ୍ତ ପ୍ରଧାନ ପ୍ରମୁଖ କହନ୍ତି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୪----୭,୨୫.  Sakhigopal News,30/7/2024

Blog Archive

Popular Posts