Breaking News

ଲକ୍ଷାଧିକ ଟଙ୍କାର ଇ-ନାମ ଦର ତାଳିକା ଲାଇଟି ଡିସ୍କପ୍ଳେ ( ବୋର୍ଡ ) ଖତ ହେଉଛି ; ଏହି ବୋର୍ଡ ରହିବ ନା ଖୋଲାଯିବ ସନ୍ଦେହରେ କର୍ମଚାରୀ



ସାକ୍ଷୀଗୋପାଳ----  ସରକାର ପରିବର୍ତ୍ତନ ପରେ ସତ୍ୟବାଦୀରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନୀତି ନିୟମ ପରିବର୍ତ୍ତନ ହୋଇଯାଇଛି ।  ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହେଉଛି ମାତ୍ର ବିଭାଗୀୟ ଅଧିକାରୀ ମାନେ କହୁଛନ୍ତି ଏଥିପାଇଁ ଅର୍ଥ ନାହିଁ । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଇ -ନାମ  ବଜାରରେ ସାମିଲ ହୋଇଥିବା ସାମଗ୍ରୀ ଗୁଡିକର ବିଭିନ୍ନ ବଜାରରେ ଦର ତାଲିକା ଚାଷୀ ଦେଖିବା ପାଇଁ ଏକ ଲାଇଟି ବୋର୍ଡ ରହିଛି । ଏହି ଲାଇଟି ବୋର୍ଡ ପ୍ରାୟ ୭ଲକ୍ଷ ଟଙ୍କା ବ୍ୟାୟରେ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର ପରିସରରେ ଲାଗାଯାଇଛି । ଯେଉଁଠିକି ଚାଷୀ ମାନେ ସେମାନଙ୍କର ରପ୍ତାନି କରୁଥିବା ପନି ପରିବା ଠାରୁ ବିଶେଷ କରି ନଡିଆ ଦର ଜାଣିବା ପାଇଁ  ଏହି ବନ୍ଦୋବସ୍ଥ ସେ ସମୟରେ ସରକାର କରିଥିଷଲ । ସରକାର ବଦଳି ଗଲା ପରେ ନୂତନ ସରକାରଙ୍କ ସମୟରେ ବିଦ୍ୟୁତ ଖର୍ଚ୍ଚ କମ କରିବା ପାଇଁ ଏହି ଲାଇଟି ବୋର୍ଡ ଉପରେ ଅଙ୍କୁଶ ଲାଗିଥିବା ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ନିଜ ନାମ ଗୋପନ ରଖି କହନ୍ତି । ଏହି ଲାଇଟି ବୋର୍ଡଟି ଆଗରୁ ଚାଲୁଥିଲା । ନୂତନ ସରକାର ଆସିବା ପରେ ଏହି ଲାଇଟି ବୋର୍ଡ ବନ୍ଦ ରହିଛି ବୋଲି ଜଣାପଡିଛି । ଯାହାକି ଚାଷୀ ନବଘନ ଦାସ, ପ୍ରଫୁଲ ମହାପାତ୍ର, ରତ୍ନାକର ଭୋଇ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଚାଷୀ ମାନେ କହନ୍ତି ଆମେ ଏବେ ଆଳୁ ଦର କେଉଁ ବଜାରରେ କେତେ ରହିଛି ବୋଲି ଜାଣିବା ପାଇଁ ଆସିଥିଲୁ ମାତ୍ର ଲାଇଟି ବୋର୍ଡ ଚାଲୁନାହିଁ । ଶେଷରେ ନିଣାଶ ହୋଇ ଫେରିବାକୁ ପଡିଲା । କାରଣ ବିଜେପି ମନ୍ତ୍ରୀ  ଆଳୁ କିଲୋ ୩୨ ଟଙ୍କାରେ ବିକ୍ରୟ କରିବା ପାଇଁ ଧାର୍ଯ୍ୟ କରିଥିବା ବେଳେ ଇ-ନାମ ବଜାରରେ ପକୃତ ଆଳୁ କିଲୋ ପ୍ରତି କେତେ ଦରରେ ବିକ୍ରୟ ହେଉଛି ତାହା ଦେଖିବାକୁ ଆସିଥିଲୁ ଏବେ ବନ୍ଦ ରହିଛି । ଏ ସମ୍ପର୍କରେ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ଜିତେନ୍ଦୁ ଦାଶଙ୍କୁ ପଚାରିବାରୁ ସେ କହନ୍ତି କେଉଁ ଲାଇଟି ବୋର୍ଡ ମୁଁ ଜାଣି ନାହିଁ । ଯଦି ସେ ବୋର୍ଡ ଚାଲୁନାହିଁ ମୁଁ କର୍ମଚାରୀଙ୍କୁ କହିଦେବି ତୁରନ୍ତ ଲାଇଟି ବୋର୍ଡ ଚାଲିବ ବୋଲି ଏକ ସପ୍ତାହ ତଳେ କହିଥିଲେ । ମାତ୍ର ସାତଦିନ ପରେ ମଧ୍ୟ ସେହିପରି ବନ୍ଦ ହୋଇପଡି ରହିଛି ଇ-ନାମ ବଜାରର ଦର ଲାଇଟି ବୋର୍ଡ । ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସଭାପତି ଭାବେ ଉପଜିଲ୍ଲାପାଳ ରହିଛନ୍ତି । ତୁରନ୍ତ ଏହି ଇ-ନାମ ବଜାର ଦର ତାଲିକା ଲାଇଟି ବୋର୍ଡ ଚାଲିବା ପାଇଁ  ଉପଜିଲ୍ଲାପାଳ ନଜର ଦେବା ସହ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୪---୮,୧୫   Sakhigopal News, 30/7/2024

Blog Archive

Popular Posts