Breaking News

ଦେଶ ସ୍ଵାଧୀନତା ର ୭୬ବର୍ଷ ପରେବି ଖଣ୍ଡପଡା ବ୍ଲକ୍ ର ଆଦି ବାସୀ ଗାଁ ମୌଳିକ ଅଧିକାର ରୁ ବଞ୍ଚିତ



ନୟାଗଡ  -----       ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକର  ଗଡିଆସାହି ପଞ୍ଚାୟତ ଅଧୀନ ସାଧୁଆ ପଲ୍ଲୀ ଗ୍ରାମବାସୀ ପାନୀୟ ଜଳ, ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ ସୁବିଧା ନାହିଁ  । ଏପରିକି ଗାଁ କୁ ରାସ୍ତା ଟିଏ ନାହଁ । ଗ୍ରାମ ବାସୀ ମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ବାରମ୍ବାର ଦାବି ଓ ପଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ମଧ୍ୟ ଖଣ୍ଡପଡା ବ୍ଳକ ପ୍ରଶାସନ ନତୁବା ଜିଲ୍ଲା ପ୍ରଶାସନ  ସମାଧାନ ଦିଗରେ ଆଦୌ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାଧୁଆ ପଲ୍ଲୀ  ଗ୍ରାମ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଗତ ୫ବର୍ଷ ତଳୁ ଆରମ୍ଭ ହୋଇଥିଲେ ହେଁ ଅଦ୍ୟା ବଧି ପୋଖରୀ ନିର୍ମାଣ କାର୍ଯ୍ୟ 
ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । ଗାଁରେ କୋଠ ଘର ଟିଏ ମଧ୍ୟ ନାହିଁ। ଏହି ପରି ପୋଖରୀର ସୌନ୍ଦର୍ଯ୍ୟ କରଣ ନାଁରେ ଅନୁଦାନ ଅର୍ଥକୁ ହରିଲୁଟ କରାଯାଉ ଥିବାରୁ ପୋଖରୀ ଅବସ୍ଥା ସୁଧୁରୁନଥିବା ସାଧୁଆପଲ୍ଲୀ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
ପୋଖରୀ ଖୋଳିବା ସତ୍ବେ  ଖରାଦିନେ ପୋଖରୀର ଜଳସ୍ତର କମିଯାଇ ପାଣି ଗୋଳିଆ ହୋଇଯାଉଥିବାରୁ ଗ୍ରାମବାସୀ ପୋଖରୀରୁ ମୁହଁ ଫେରାଉଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ ପାଉଛି।
ଆଦି ବାସୀ ସମ୍ପ୍ର ଦାୟର ଲୋକ ହୋଇ ଥିବାରୁ ଏହି ଗାଁରେ ଉନ୍ନୟନ କାମରେ ବାଟ ମାରଣା କରାଯାଇଛି। ପ୍ରକାଶ ଥାଉକି ଖଣ୍ଡପଡା ବ୍ଳକ ପ୍ରଶାସନର  ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ  ଉକ୍ତ ପୋଖରୀରୁ ପଙ୍କ ଉଦ୍ଧାର ସହ ପାରିପାର୍ଶିକ ଉନ୍ନତିକରଣ  ନିମନ୍ତେ   କେନ୍ଦ୍ରୀୟ ଅନୁଦାନ ଅର୍ଥ  ଠିକଣା ବାଟରେ ବିନିଯୋଗ ନହୋଇ ବାଟମାରଣା ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଫଳରେ ମନରେଗା ଯୋଜନାର ସଫଳତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଖ ରୀର ଖନନ ରେ ହୋଇଥିବା ଅନୀୟ ମିତତାର  ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗ ଦୃଷ୍ଟି ଦେବାକୁ  ଗ୍ରାମବାସୀ ମାନେ ଦାବି କରିଛନ୍ତି। ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୭/୨୦୨୪-----୮,୩୫ Sakhigopal News,27/6/2024

Blog Archive

Popular Posts