ଦୁର୍ଘଟଣାରେ ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ପରିବାର ଲୋକମାନେ
ବରଗଡ ବ୍ଲକ ଅନ୍ତର୍ଗତ ନଦୀ ପଡ଼ା ଡାଙ୍ଗର ବାସିନ୍ଦା ଗୋବର୍ଦ୍ଧନ ତ୍ରିପାଠୀ ବୟସ ୬୯ବର୍ଷ। କାମ ସାରି ଘର କୁ ଫେରୁଥିବା ବେଳେ ବରଗଡ଼ ହଳଦୀ ପାଲି ଛକ ଠାରେ ଏକ ଟ୍ରକ ଧକ୍କା ଦେଇଥିଲା। ତୁରନ୍ତ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦ ମାନଙ୍କ ସ୍ମୃତି, ସ୍ମାରକୀ ଓ ପୁରୁଣା ମୁଦ୍ରା ର ସଂଗ୍ରାହକ ହେଉଛନ୍ତି ଗୋବର୍ଦ୍ଧନ ତ୍ରିପାଠୀ। ସେ ତାଙ୍କ ଦ୍ୱାରା ସଂଗୃହିତ ସମସ୍ତ ସ୍ମାରକୀ ଗୁଡ଼ିକୁ ନିଷ୍ଠା ପରିବାର କୁ ସ୍ୱଇଛା ରେ ଲୋକ ଙ୍କ ଉଦ୍ଦେଶ୍ୟ ରେ ଦାନ କରିଥିଲେ।ଅନେକ ସ୍ଥାନରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ମଧ୍ୟ କରାଯାଇଥିଲା।ସେ ଜଣେ ସରଳ, ଦୟାବାନ, ନିଷ୍କପଟ, ଦେଶ ପ୍ରେମୀ ବ୍ୟକ୍ତି ଥିଲେ । ତାଙ୍କ ଅକାଳ ବିୟୋଗ ରେ ନିଷ୍ଠା ପରିବାର ଅତ୍ୟନ୍ତ ମର୍ମାହତ। ନିଷ୍ଠା ପରିବାର ତରଫ ରୁ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଂଜଳୀ ଜ୍ଞାପନ କରିଛନ୍ତି ନିଷ୍ଠା ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ। ନିଷ୍ଠା ପରିବାର ର ଅନୁରୋଧ କୁ ରକ୍ଷା କରି ମୃତ୍ୟୁ ପରେ ବି ବାପାଙ୍କୁ ଜୀବିତ ରଖିବା ପାଈଁ ଏକ ମାତ୍ର ପୁଅ ଅଶୋକ ତ୍ରୀପାଠୀ ଓ ପୁତୁରା କିଶୋର ତ୍ରୀପାଠୀ,ମନୋଜ ତ୍ରୀପାଠୀ ଚକ୍ଷୁ ଦାନ ପାଇଁ ରାଜି ହୋଇଥିଲେ। ଚକ୍ଷୁ ଦାନ ସମୟ ରେ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ବିଦ୍ୟାଧର ଭୋଇ, ସଙ୍କେତ ଆଠଘରା, ପ୍ରମୋଦ ପାଢ଼ୀ ଓ ତାଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। ଚକ୍ଷୁ ବ୍ୟାଙ୍କ ର ସୁନୀଲ ସା ଏକ ମାନପତ୍ର ଦେଇ ପରିବାର ବର୍ଗ ଙ୍କୁ ସମ୍ବର୍ଦ୍ଧିତ କରିଥଲେ।ତାଙ୍କର ପୁଅ ଅଶୋକ ତ୍ରୀପାଠୀ ଦିଲ୍ଲୀରେ ରୁହନ୍ତି ସେ ଆସିଲେ ଆସନ୍ତା କାଲି ତାଙ୍କର ଶେଷକୃତ ବରଗଡ଼ ଜିରା ନଦୀ ଶ୍ମଶାନ ରେ ସମ୍ପନ୍ନ ହେବ ବୋଲି ଜଣାପଡିଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୭/୨୦୨୪----୮,୩୫ Sakhigopal News,11/7/2024