କୀଟନାଶକ ପିଇ ଓଏଭି ଛାତ୍ରର ଆତ୍ମହତ୍ୟା
ଭଞ୍ଜନଗର - ଗାଙ୍ଗପୁର ଥାନା ଅନ୍ତର୍ଗତ କେ. ନୂଆଁଗଡ ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ସେହି ଗାଁର ନାରାୟଣ ପରିଡ଼ା ଙ୍କ ପୁଅ ଚନ୍ଦନ ପରିଡ଼ା (୧୪) । ସେ ସ୍ଥାନୀୟ କ୍ଷତ୍ରିୟବରପୁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ପଢ଼ୁଥିଲା । ଶୁକ୍ରବାର ସକାଳେ ସ୍କୁଲ ଯିବାପାଇଁ ପ୍ରସ୍ତୁତ ହେଉଥିବା ବେଳେ, ହଠାତ୍ କିଛି ଭିନ୍ନ ନିଷ୍ପତ୍ତି ନେଇଥିଲା । କୀଟନାଶକ ଔଷଧ ଆଣି ସେସବୁକୁ ପିଇ ଦେଇଥିଲା । ଫଳରେ ପରିବାର ଲୋକେ ଚନ୍ଦନ କୁ ନିକଟସ୍ଥ ଗୋବରା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ, ଭଂଜନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଗାଙ୍ଗପୁର ଥାନା ଭଂଜନଗର ମେଡିକାଲରେ ପହଞ୍ଚି ମୃତଦେହ କୁ ଜବତ କରିଥିଲା ।ଏ ସଂକ୍ରାନ୍ତରେ ସଂପୃକ୍ତ ପରିବାର ପକ୍ଷରୁ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ, ଚନ୍ଦନ ମାନସିକ ଭାରସାମ୍ୟ ହରାଇ ଏଭଳି ନିଷ୍ପତ୍ତି ନେଇଛି । ପୂର୍ବରୁ କୌଣସି ଏକ ଘଟଣାରେ ଚନ୍ଦନ ଏବଂ ତାଙ୍କ ବାପାଙ୍କ ନାମରେ ଗାଙ୍ଗପୁର ଥାନାରେ ମାମଲା ହୋଇଥିଲା । ସେହି ଦୃଷ୍ଟିରୁ ସେ ମାନସିକ ଭାରସାମ୍ୟ ହରାଇ ଏଭଳି ଘଟାଇଥିବା ଅଭିଯୋଗ ହୋଇଛି । ତେବେ ଚନ୍ଦନର ଏଭଳି ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିବା ସହ ସ୍ଥାନୀୟ ଅଞ୍ଚଳରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୭/୨୦୨୪----୮,୪୫ Sakhigopal News,26/7/2024