Breaking News

ମଟରସାଇକେଲ ଦୁର୍ଘଟଣାରେ ହୋମ ଗାର୍ଡ ମୃତ



ନୟାଗଡ଼ ---- ଖଣ୍ଡପଡ଼ା ବ୍ଲକ ଅଧୀନ କଣ୍ଟିଲୋ - ମରଦରାଜ୍ ପୁର ରାସ୍ତାର ବରକୋଳି ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଖଣ୍ଡପଡ଼ା ଥାନାରେ ହୋମ ଗାର୍ଡ ଭାବେ କାର୍ଯ୍ୟରତ ବିଶ୍ୱଜିତ୍ ସାହୁ (୪୬)ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବିଶ୍ୱଜିତ୍ ବାଇକ୍ ଯୋଗେ ମରଦରାଜ୍ ପୁର ଗ୍ରାମ ଅଭିମୁଖେ ଫେରୁଥିବା ବେଳେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାସ୍ତା ପାର୍ଶ୍ବସ୍ଥିତ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ଟି ପିଟି ହୋଇ ଯାଇଥିଲା। ଫଳରେ ରାସ୍ତା ଉପରେ ସେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ଡାକ୍ତର ତାଙ୍କର ମୃତ୍ୟୁ  ଘୋଷଣା କରିଥିଲେ। ଦୁର୍ଘଟଣା ରେ ବାଇକ୍ ଟି ଭାଙ୍ଗି ରୁଜି ଯାଇଛି। ଏ ସମ୍ପର୍କରେ ଖଣ୍ଡପଡ଼ା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବିଶ୍ୱଜିତ୍ ଘର ଖଣ୍ଡପଡ଼ା ଥାନା ଅଧୀନ ମରଦ ରାଜ୍ ପୁର ଗ୍ରାମରେ ବୋଲି ଜଣାପଡିଛି। ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୭/୭/୨୦୨୪-----୭,୪୫ Sakhigopal News,27/7/2024


Blog Archive

Popular Posts