Breaking News

ମଟରସାଇକେଲ ଗଛରେ ପିଟି ହୋଇ କଲେଜ ଛାତ୍ରର ମୃତ


ଭଞ୍ଜନଗର - ରାସ୍ତାକଡ ଗଛରେ ପିଟି ହୋଇ କଲେଜ ଛାତ୍ରଙ୍କର ମୃତ ହୋଇଛି । ଗାଲେରୀ ଫାଣ୍ଡି ଅନ୍ତର୍ଗତ ବିଲୁଆପଡା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଦାମ ନାଇକ (୧୭) । ସେ ନିକଟସ୍ଥ କଲେଜରେ +୨ ପାଠ ପଢୁଥିଲେ । ଦୁର୍ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ପୋଲିସ ତାଙ୍କ ମୃତଦେହ ଜବତ କରି, ଭଞ୍ଜନଗର  ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ଗାଲେରୀ ଫାଣ୍ଡି ପୋଲିସି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୭/୨୦୨୪----୭,୩୫ Sakhigopal News,27/7/2024

Blog Archive

Popular Posts