ଯୁବକ କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଭଞ୍ଜନଗର - ଗାଁ ଦାଣ୍ଡରେ ଧାରୁଆ ଅସ୍ତ୍ରଧରି, ଯୁବକକୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଗାଙ୍ଗପୁର ଥାନା ଅନ୍ତର୍ଗତ କେ. ନୂଆଁଗଡ ଗାଁରେ ସୋମବାର ରାତିରେ ଘଟିଛି ଏଭଳି ଘଟଣା । ଆହତ ଯୁବକ ଜଣକ, ସେହି ଗାଁର ସନ୍ତୋଷ ନାୟକ ବୋଲି ଜଣାପଡିଛି । ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଗୋବରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତେବେ ରାଜନୈତିକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ପ୍ରକାରେ ସନ୍ତୋଷ ଉକ୍ତ ଗାଁ ର ଓ୍ୱାର୍ଡ ସଭ୍ୟ ଅଛନ୍ତି । ସେ ନିଜ ଘର ଆଗରେ ଥିବା ବେଳେ ସେହି ଗାଁ ର କିଛି ଯୁବକ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ଖବର ଲେଖା ସୁଧା, ଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ ହୋଇନଥିଲା । ତେବେ ଏ ସଂକ୍ରାନ୍ତରେ, ପୋଲିସ୍ ପାଖରେ ଖବର ପହଞ୍ଚିଥିବା ବେଳେ ଏତଲା ଆଧାରରେ ମାମଲା ରୁଜୁ ହେବ ବୋଲି ଥାନାଧିକାରୀ ରାଜେଶ୍ କୁମାର ନାୟକ ଙ୍କ ଠାରୁ ସୂଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୭/୨୦୨୪----୮,୨୫ Sakhigopal News,9/7/2024