ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଅବସରରେ କ୍ରୀଡା ଉତ୍ସବ ପାଳିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶିକ୍ଷା ସପ୍ତାହ ଅବସରରେ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗ୍ରୁପ କରାଯାଇ ଖୋଖୋ, କବାଡି, ବ୍ୟଡମିଣ୍ଟନ, ଭଲିବଲ, ମ୍ୟୁଜିକଚେୟାର, ଦଉଡିଡିଆଁ, ଚେସ ଆଦି ଖେଳ ପ୍ରତିଯୋଗିତା କରାଯାଇଥିଲା । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଚିତ୍ର ଖଟେଇ ଖେଳ ଗୁଡିକ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ବସନ୍ତ ସ୍ୱାଇଁ, ବିଶ୍ୱନାଥ ସ୍ୱାଇଁ, ଜିନ୍ମୟ ଜେନା, ପ୍ରତୀକ୍ଷା ମିଶ୍ର, ପୂଜା ମିଶ୍ର, ପୁନମ କୁକୁର, ଗୀତା ବେହେରା, ସୌଦାମିନୀ ନାୟକ, ତପସ୍ୱନୀ ତ୍ରିପାଠୀ, ଦୀପାମୁଦ୍ରା ଗୁରୁ, କୃଷ୍ଣପିୟା ଦାଶ, ବୌଜୟନ୍ତୀ ମିଶ୍ର ସ୍ମିତା ପାଟୋଯୋଶୀ ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଓୀରେନ୍ଦ୍ର ସେନାପତି, ୨୪/୭/୨୦୨୪---୭,୨୫ Sakhigopal News, 24/7/2024