Breaking News

ରଶି ଲଗାଇ ଯୁବକର ଆତ୍ମହତ୍ୟା



ଭଞ୍ଜନଗର -- ଭଞ୍ଜନଗର ସହରର ଖାଲାସାହିରେ ରହୁଥିବା ଜଣେ ବ୍ୟବସାୟୀ  ନିଜ ଘରେ ଥିବା କୂଅରେ ରଶି ଲଗାଇ ଆତ୍ମହତ୍ୟା  କରିଥିବା ଦେଖିବାକୁ ମିଳିଛି  । ମୃତକ ଜଣକ ସନ୍ତୋଷ କୁମାର ପାଢ଼ୀ ।ଖବର ନେବାରେ ଜଣାପଡିଛି,  ଗୁରୁବାର ଅପରାହ୍ନରେ ଘରେ କେହି ନଥିବା ଅବସ୍ଥାରେ ଏହି ଘଟଣା ଘଟିଛି । ସେ ଏକ ଲେଡିସ୍ କର୍ଣ୍ଣର ଦୋକାନ କରିଥିଲେ । କୌଣସି କାରଣରୁ ଆର୍ଥିକ ସମସ୍ୟାରେ ବଶବର୍ତ୍ତୀ ହୋଇ, ମାନସିକ ଚାପରେ ରହୁଥିବା ସନ୍ଦେହ କରାଯାଉଥିଲା । ସେହି କାରଣରୁ ଏଭଳି ଘଟିଥିବା ଆଲୋଚନା ହେଉଛି । ଏହି ଘଟଣା ସଂକ୍ରାନ୍ତରେ  ଖବର ପାଇ, ଭଞ୍ଜନଗର ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତଦେହ କୁ କୂଅ ଭିତରୁ ଉଧାର କରିଥିଲେ ।  ଭଞ୍ଜନଗର ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ଭଞ୍ଜନଗର ଥାନା କେଶ୍ ନଂ ୨୯/୨୪ ପ୍ରକାରେ ଏକ  ଅପମୃତ୍ୟୁ ମାମଲା ରୁଜୁ ହେଇଥିବା, ଥାନାଧିକାରୀ କୁମାର ମୁଦୁଲି ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୭/୨୦୨୪----୧୦,୩୫ Sakhigopal News,25/7/2024

Blog Archive

Popular Posts