Breaking News

ଖଣ୍ଡପଡ଼ା ର ବିଭିନ୍ନ ପ୍ରକାର ସମସ୍ୟା କୁ ସମାଧାନ କରିବା ପାଇଁ ବିଧାୟକଙ୍କର ଉଦ୍ୟମ




ନୟାଗଡ---- ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ନବ ନିର୍ବାଚିତ ବିଜେପି ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ନିର୍ବାଚନ ବେଳେ ଖଣ୍ଡପଡା ବାସୀଙ୍କୁ ଦେଇ ଥିବା ପ୍ରତି ଶ୍ରୁତିକୁ ପାଳନ କରିବା ପାଇଁ ଆରମ୍ଭ କରିଛନ୍ତି ଉଦ୍ଯମ । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ରେ ବିଦ୍ୟୁତ୍ ସମସ୍ୟା ତଥା ନୂତନ ବିଦ୍ୟୁତ ଗ୍ରିଡ୍ ନିର୍ମାଣ, ସଂପର୍କ ରେ  ବିଧାୟକ ବାଚସ୍ପତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ବହୁ ଶିଘ୍ର ଖଣ୍ଡପଡ଼ାର ବିଦ୍ୟୁତ ସମସ୍ୟା ଦୂର କରାଯିବ ଓ ଏକ ନୂତନ ଗ୍ରିଡ୍ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏହା ପରେ ବିଧାୟକ ଦୁଷ୍ମନ୍ତ  ପ୍ରଶ୍ନ କରିଥିଲେ  ଖଣ୍ଡପଡା ରେ ମିନି ଷ୍ଟାଡିୟମ୍ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।  ସୁଚନା ଯୋଗ୍ୟ ଯେ ଚଳିତ ନିର୍ବାଚନ ବେଳେ ବିଧାୟକ ଖଣ୍ଡପଡ଼ା ର ବିଭିନ୍ନ ପ୍ରକାର ସମସ୍ୟା କୁ ସମାଧାନ କରିବା ପାଇଁ ପ୍ରତି ଶ୍ରୁତି ଦେଇ ଥିଲେ ।  ଆଗାମୀ ଦିନରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ କୁ ଏକ ନମ୍ବର ଦୁର୍ନୀତି ମୁକ୍ତ ନିର୍ବାଚନ ମଣ୍ଡଳୀ ଗଢି ତୋଳିବେ ବୋଲି କହିଛନ୍ତି । ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୮/୭/୨୦୨୪----୯,୪୫ Sakhigopal News,28/7/2024

Blog Archive

Popular Posts