Breaking News

କଳିଙ୍ଗନଗରରୁ ପାଇପ ମିଟର ଚୋରୀ ଅଭିଯୋଗ



ଭଞ୍ଜନଗର ---- ଭଞ୍ଜନଗରର ବିଭିନ୍ନ ଗଳିକନ୍ଦିରେ ଛୋଟକାଟିଆ ଚୋରମାନଙ୍କ ଦୌରତ୍ମ୍ୟ ବଢ଼ିବାରେ ଲାଗିଛି । ଏପରିକି ସହରବାସୀଙ୍କୁ ସେମାନେ ଶାନ୍ତିରେ ଶୋଇବାକୁ ଦେଉନାହାନ୍ତି । ସହରରେ ଅଧିକାଂଶ ସମୟ ରାତ୍ରରେ ଅଘୋଷିତ ବିଦ୍ୟୁତ କାଟ, ଚୋର ମାନଙ୍କୁ ଖୋରାକ ଯୋଗାଇ ଦେଇଛି । ଗତ କାଲି ରାତ୍ରରେ ବେଲଗୁଣ୍ଠା ରୋଡ଼ ଅନ୍ତର୍ଗତ କଳିଙ୍ଗନଗର ୨ୟ ଲାଇନରୁ ଶିକ୍ଷକ ଶ୍ରୀ ମାଗୁଣି ମିଶ୍ରଙ୍କ ଘର ବାହାର କାନ୍ଥରେ ପି.ଏଚ.ଡ଼ି ବିଭାଗ ତରଫରୁ ଖଞ୍ଜା ଯାଇଥିବା ପାଣି ପାଇପ ମିଟରଟି କୌଣସି ଦୁର୍ବୃତ କାଟି ନେଇଯାଇଛି । ଯାହା ଫଳରେ ରାସ୍ତାସାରା ପାଣି ଜମି ରହିଛି। ଏ ବିଷୟ ନେଇ ସେ ସମ୍ପୃକ୍ତ ବିଭାଗ ଜେ.ଇ.ଙ୍କ ସହିତ ଯୋଗାଯୋଗ କରି ଅଭିଯୋଗ ମଧ୍ୟ କରିଛନ୍ତି । ପ୍ରକାଶ ଥାଉକି ଏହିପରି ଅଧିକାଂଶ ଘରର ମିଟର ଭିନ୍ନ ଭିନ୍ନ ସମୟରେ ଚୋରି ହୋଇଥିବାର ନଜିର ଥିଲେ ମଧ୍ୟ, ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଉଛି  । ଯାହା ଫଳରେ ଚୋରର ମାନଙ୍କର ସାହସ ବଢିଯାଉଛି ବୋଲି ଜନସାଧାରଣ ରେ ଆଲୋଚନା ହେଉଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୭/୨୦୨୪----୬,୩୫ Sakhigopal News,24/7/2024

Blog Archive

Popular Posts