ବ୍ୟବସାୟୀଙ୍କ ମୃତ୍ୟୁରେ ସାକ୍ଷୀଗୋପାଳ ବଜାର ବନ୍ଦ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ବଡ ବଜାରର ହାଡୱାର ବ୍ୟବସାୟୀ ପ୍ରଫୁଲ କୁମାର ସାହୁଙ୍କର ମୃତ୍ୟୁ ଗୁରୁବାର ରାତିରେ ହୋଇଯାଇଛି । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ବଜାର ସ୍ଥିତ ବାସଭବନରେ ବ୍ୟବସାୟୀ ମାନଙ୍କ ସହିତ ବିଭିନ୍ନ ଲୋକମାନେ ଶେଷ ଦର୍ଶନ କରିଥିଲେ । ଏହି ଅବସରରେ ସାକ୍ଷୀଗୋପାଳ ବଡ ବଜାର ବ୍ୟବସାୟୀ ସଂଘର ସେ ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ମୃତ୍ୟୁରେ ଶୁକ୍ରବାର ସାକ୍ଷୀଗୋପାଳ ବଜାରରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି । ସେ ଜଣେ ସାକ୍ଷୀଗୋପାଳରେ ପ୍ରଥମ ହାଡୱାର ଦେକାନୀ ଭାବେ ବେଶ ପରିଚିତ ରହିବା ସହ ବାବୁଲି ବେଟା ଭାବେ ବେଶ ପରିଚିତ ଥିଲେ । ସେ ଜଣେ ମେଳାପି , ଧର୍ମପରାୟଣ ବ୍ୟକ୍ତି ଓ ହସ ମିଞ୍ଜାସର ଲୋକଥିଲେ । ବନପୁର ଠାରେ ଏକ ସାଇ ମନ୍ଦିର ପ୍ରତିଷ୍ଠା କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୭/୨୦୨୪----୭.୨୫