Breaking News

ସୂଚନା ଆଇନ ଅଧିକାରକୁ ବେଖାତିର କରୁଛି ଜଟଣୀ ପୌରପରିଷଦ

 



ଜଟଣୀ :ଗତବର୍ଷ ଗଣେଶପୂଜାରେ ଜନହିତକାରୀ ଖର୍ଚ୍ଚ ବ୍ୟବସ୍ଥା ସାର୍ବଜନୀନ କରିବାକୁ ଜଟଣୀ ପୌରପରିଷଦ ନାରାଜ l 
ଜଟଣୀ ପ୍ରସିଦ୍ଧ ଗଣେଶ ପୂଜା ଆଡ଼ମ୍ବର ସହକାରେ ଦୀର୍ଘ ବର୍ଷ ଧରି ପାଳନ ହୋଇ ଆସୁଥିବା ବେଳେ ସହରରେ ଅନୁଷ୍ଠିତ ହେଉଥିବା ଜାନିଯାତ୍ରା ଅବସରରେ ପୌରପ୍ରଶାସନ ପକ୍ଷରୁ ସହରରେ ପୂଜା ସମୟରେ ପରିମଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବଜେଟ୍ ପାରିତ କରାଯାଇଥାଏ l ଜନସମାଗମକୁ ଦୃଷ୍ଟିରେ ରଖି ସମସ୍ତ ପୂଜା କମିଟି କର୍ମକର୍ତ୍ତା ମାନଙ୍କୁ ନିଜନିଜ ପୂଜା ପେଣ୍ଡାଲ ଅଞ୍ଚଳରେ ଦଶ ଦିନ ଧରି ଶାନ୍ତିଶୃଙ୍ଖଳା ସହିତ ପୂଜା କାର୍ଯ୍ୟ ସମାପନ କରିବା ପାଇଁ ସର୍ବ କମିଟି ବୈଠକରେ ଅନୁରୋଧ କରାଯାଇଥାଏ । ସୂଚନା ଯୋଗ୍ୟ ଯେ ଦୀର୍ଘ ବର୍ଷର ଏହି ପୂଜା ବ୍ୟବସ୍ଥାରେ ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟଙ୍କ ଉଦ୍ୟମରେ ସଙ୍ଗଠିତ ଭାବେ ଭସାଣୀ ଯାତ୍ରା ହେଉଥିବା ବେଳେ ସନ୍ଧ୍ୟାରେ ପଞ୍ଜିକୃତ ପେଣ୍ଡାଲ ମାନଙ୍କରୁ ବିଘ୍ନରାଜଙ୍କ ମୃଣ୍ମୟ ମୂର୍ତ୍ତି ସବୁକୁ ଶୃଙ୍ଖଳିତ ଭାବେ ସୀତାରାମ ଛକ ନିକଟରେ ମେଳଣ କରାଯାଇ ଧାଡ଼ି କରି ଭସାଣି ନିମନ୍ତେ ପୌର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥାଏ । ଅନ୍ୟାନ୍ତରେ ପୌରପାଳିକା ପକ୍ଷରୁ ପୂଜା ଆରମ୍ଭ ହେବା ଦିନଠାରୁ ଭସାଣୀ ଉତ୍ସବ ପର୍ଯ୍ୟନ୍ତ ରାସ୍ତାଘାଟ ନଳା ନର୍ଦ୍ଦମା ପରିଷ୍କାର ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ଵ, ପୂଜା ମଣ୍ଡପ ସମ୍ମୁଖରେ କାଦୁଅ ପରିସ୍ଥିତି ନହେବା ପାଇଁ ବଜୁରୀ ଗୁଣ୍ଡ ବିଛାଇବା, ଅସ୍ଥାୟୀ ଶୌଚାଳୟ ସ୍ଥାପନ, ଦୁଇ ଓଳା ସଫେଇ, ଅସ୍ଥାୟୀ ପୋଖରୀ ଖନନ ଇତ୍ୟାଦି ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ଵାରୋପ କରାଯାଇ ସ୍ଵତନ୍ତ୍ର ଖର୍ଚ୍ଚ ବ୍ୟବସ୍ଥା କରାଯାଇଥାଏ l ତେବେ ୨୦୨୩ ମସିହା ପୂଜା ମାହୋଲ ସରିବା ପରେ ଏହି ସବୁ ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଅନୁମାନ କରାଯାଇ ସେସବୁର ବିବରଣୀ ଜାଣିବା ପାଇଁ ସୂଚନା ଆଇନ୍ ଅଧିକାର ବଳରେ ଚେଷ୍ଟା କରାଯାଇଥିଲେ ମଧ୍ୟ କାଳେ ଦୁର୍ନୀତି ଲୋକଲୋଚନକୁ ଆସିଯିବ ସେଥିପାଇଁ ଆବେଦନକାରୀଙ୍କୁ ସୂଚନା ଦିଆନଯିବା ଫଳରେ ଏ ନେଇ ସୂଚନା କମିଶନରଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି । ଆହୁରି ରୋଚକ ବିଷୟ ପ୍ରାୟ ସମସ୍ତ ପୂଜା ମଣ୍ଡପ ଗୁଡିକ ସମ୍ମୁଖ କଂକ୍ରିଟ ଢଳେଇ ହେବା ଫଳରେ ବଜୁରୀ ଗୁଣ୍ଡ ଆଉ ବିଶେଷ କୋଉଠି ଆବଶ୍ୟକ ହେଉନଥିବା ବେଳେ  ଗତବର୍ଷ କାହା ସ୍ୱାର୍ଥରେ କୁଦିଆରି ବଜାର ଅଞ୍ଚଳରେ ଥିବା ରେଳବାଇ ଫୁଟବଲ ପଡିଆରେ ଆୟୋଜିତ ମୀନାବଜାରରେ କାଦୁଅ ପରିସ୍ଥିତି ନହେବା ପାଇଁ ବହୁ ଟ୍ରିପ ବଜୁରୀ ଗୁଣ୍ଡ ବିଛାଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ସେହିପରି ଅସ୍ଥାୟୀ ଶୌଚାଳୟ ଭଡ଼ା ବାବଦରେ କେତେ ଖର୍ଚ୍ଚ ହେଲା, ଅସ୍ଥାୟୀ ପୋଖରୀ ଖନନ ଇତ୍ଯାଦି ବାବଦରେ କେତେ ଖର୍ଚ୍ଚ ହେଲା ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଅପରପକ୍ଷେ ଏହିଭଳି ଅନେକ ମଧୁଚନ୍ଦ୍ରିକା ବ୍ୟବସ୍ଥାକୁ କିଛି ନିର୍ଦ୍ଦିଷ୍ଟ ଲୋକପ୍ରତିନିଧି ମାନେ ନିୟନ୍ତ୍ରଣ କରୁଥିବା ବେଳେ ଏଥିପ୍ରତି ଜିଲ୍ଳା ପ୍ରଶାସନ ଆନ୍ତରିକତା ସହ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୭/୨୦୨୪----୮,୨୫ Sakhigopal News,15/7/2024

Blog Archive

Popular Posts