କଳିଙ୍ଗା ଘାଟିରେ ସ୍କୁଟି ଦୁର୍ଘଟଣା, ଚାଳକଙ୍କ ମୃତ୍ୟୁ
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ ଗଂଜାମ - କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବାଲିଗୁଡା ଥାନା ଅଞ୍ଚଳର ବବୁଲୁ ପାଣିଗ୍ରାହୀ (୩୦) ବୋଲି ଜଣାପଡିଛି। ଶୁକ୍ରବାର ଅପରାହ୍ନରେ ସ୍କୁଟି ଯୋଗେ, ସେ ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ କଳିଙ୍ଗା ଘାଟିରେ, କୌଣସି ଏକ ଅଜଣା ଗାଡି ତାଙ୍କ ସ୍କୁଟି କୁ ଧକ୍କା ଦେଇଥିବା କୁହାଯାଇଛି । ଘଟଣା ସ୍ଥଳରେ ସେ ଗୁରୁତର ଆହତ ହୋଇଥିଲେ । ସେଠାରୁ ତାଙ୍କୁ ଉଧାର କରି, ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ୍ ତାଙ୍କ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୭/୨୦୨୪---୭,୨୫ Sakhigopal News,13/7/2024