ସାକ୍ଷୀଗୋପାଳ ହାନା ଟାଇକୋଣ୍ଡୋ ଏକାଡେମୀ ର ରୋଗି ଓ ପୁମସେ ବିଭାଗରେ ଉପବିଜେତା
ସାକ୍ଷୀଗୋପାଳ , ----ସାକ୍ଷୀଗୋପାଳ ହାନା ଟାଇକୋଣ୍ଡୋ ଏକାଡେମୀ ର ରୋଗି ଓ ପୁମସେ ବିଭାଗରେ ଛାତ୍ରଛାତ୍ରୀ ମାନେ ଉପବିଜେତା ହୋଇଛନ୍ତି । ପୁରୀ ଜିଲା ଗରୁଡ ଛକ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ପରିସରରେ ବ୍ଯୋମକେଶ ଟାଇକୋଣ୍ଡା ଏବଂ ଟାଇକୋଣ୍ଡା ଆଶୋସିଏସନ ଅଫ ପୁରୀ ମଧ୍ଯରେ ୧୭ ତମ କି ରୋଗି ଓ ୮ମ ତମ ପୁମସେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶନିବାର ଓ ରବିବାର ଦୁଇଦିନ ଧରି ଏହି ପ୍ରତିଯୋଗିତା ହୋଇଥିଲା । ସାକ୍ଷୀଗୋପାଳ ହାନା ଟାଇକୋଣ୍ଡୋ ରୁ ୧୬ ଜଣ ପ୍ରତିଯୋଗି ଭାଗ ନେଇଥିଲେ। ଏଥିରୁ ୯ ଜଣ ସ୍ଵର୍ଣ ପାଇଥିବା ବେଳେ ୪ ଜଣ ରୋପ୍ୟ ଏବଂ ତିନିଜଣ କାଂସ୍ୟ ପଦକ ପାଇ ପୁମସେ ବିଭାଗ ରେ ଉପବିଜେତା ହେଇଛନ୍ତି l ୧୧ଟି ସେଣ୍ଟରରୁ ୩ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସଂଘ ପକ୍ଷରୁ ୧୬ ଜଣ ଜାତୀୟ ରେଫରି ଖେଳ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଆଥଲେଟିକ ସଙ୍ଘର କୋଷାଧକ୍ଷ ରବି ଶଙ୍କର ପ୍ରତିହାରୀ,ଜିଲ୍ଲା ସଙ୍ଘ ର ସଭାପତି ଧବଳେଶ ମହାପାତ୍ର, ଅଧକ୍ଷ ବ୍ୟୋମକେଶ ଅଭିଳାଷ ପ୍ରସାଦ ଅତିଥି ଭାବେ ଯୋଗଦାନ କରି ପୁରଷ୍କାର ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ସଫଳତା ହାସଲ କରିଥିବ ଛାତ୍ର ଛାତ୍ରୀ ଏବଂ କୋଚ ଦୀପକ କୁମାର ପ୍ରଧାନଙ୍କୁ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜଣାଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୭/୨୦୨୪----୯,୧୦ Sakhigopal News,28/7/2024