Breaking News

ନଅଦିନ ପରେ ପୋଡ ପିଠାଖାଇ ନିଜ ମନ୍ଦିରକୁ ଫେରିଲେ ସିଦ୍ଧବଳରାମ



ସାକ୍ଷୀଗୋପାଳ---  ଚନ୍ଦନ ମଣ୍ଡପରେ ନଅଦିନ ଅବସ୍ଥାନ ପରେ ଠାକୁର ଜଗନ୍ନାଥଙ୍କ ଅଜା ଭାବେ ବେଶ ପରିଚିତ ସତ୍ୟବାଦୀର  ସିଦ୍ଧ ବଳରାମ ସୋମବାର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ଅପରାହ୍ନରେ ଚନ୍ଦନ ମଣ୍ଡପରୁ ବକୁଳବନ ସ୍ଥିତ ନିଜ ମନ୍ଦିରକୁ ରଥରେ ଫେରିଯାଇଛନ୍ତି ସିଦ୍ଦବଳରାମ ।  ଗୁଣ୍ଡିଚା ମଣ୍ଡପ ବା ଚନ୍ଦନ ମଣ୍ଡପରେ ନଅ ଦିନ ଧରି ଆଖପାଖ ଗ୍ରାମ ଗୁଡିକର ଶ୍ରଦ୍ଧାଳୁ ମାନେ  ଅଜାଙ୍କ ନିକଟରେ ରସଗୋଲା, ବାଳଭୋଗ ସହ ସଙ୍କୁଡି ଭୋଗ ଲଗାଇଥିଲେ । ପ୍ରତିଦିନ ଠାକୁରଙ୍କୁ ଘିଅ ଅନ୍ନ, ଖେଚୁଡି, କାନିକା, ଡାଲମା, ଡାଲି, ଖଟା, ମିଠାଡାଲି, ବେସର, ମହୁର, ସାଗ, ଖିରୀ, ଆଳୁପୋଟଳ ଆଦି ନାନା ବ୍ୟଞ୍ଜନ ସେବାୟତ ମାନଙ୍କ ଦ୍ୱାରା ପ୍ରସ୍ତୁତ କରି ଠାକୁରଙ୍କୁ ଅର୍ପଣ କରିଥିଲେ । ବାହୁଡା ଦିନ ଅପରାହ୍ନରେ ସେବାୟତ ମାନଙ୍କ ପକ୍ଷରୁ ଚକାଛାଡ ଖେଚୁଡି ଠାକୁରଙ୍କ ପାଖରେ ଭୋଗ ଲାଗାଯିବା ପରେ  ମଙ୍ଗଳାର୍ପଣ, ଆଳତୀ ପରେ  ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ଛେରା ପହଁରା କରିଥିବା ବେଳେ  ଠାକୁରଙ୍କୁ ସୋମନାଥ ମହାପାତ୍ର,  ଲେକନାଥ ମହାପାତ୍ର,  କେଶବ ଚନ୍ଦ୍ର ମହାପାତ୍ର,  ରାଧାନାଥ ମହାପାତ୍ର ଓ ଚନ୍ଦ୍ରଶେଖର ମହାପାତ୍ର ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ବିଜେ କରାଇଥିଲେ । ଘଣ୍ଟ, କାହାଳୀ.ତେଲିଙ୍ଗିବାଦ୍ୟ , ନାମସଂକୀର୍ତ୍ତନ ଓ ହରିବୋଲ ଧ୍ୱନିଦେଇ ନାତି ସଦୃଶ୍ୟ  ବଡ, ଛୋଟ ପିଲାମାନେ  ଅଜାଙ୍କ ରଥକୁ ଶ୍ରଦ୍ଧାର ସହକାରେ ଚନ୍ଦନ ମଣ୍ଡପରୁ ବକୁଳବନ ଅଜାଙ୍କ ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ ।  ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର କାର୍ଯ୍ୟାନିର୍ବାହୀ  ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ତତ୍ୱବଧାନରେ ଠାକୁରଙ୍କୁ ଖେଚୁଡି ରଥ ଭୋଗ କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯାଇଥିଲା  । ପରମ୍ପରାକ୍ରମେ  ସେହିପରି ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ  ବାଳଭୋଗ କରାଯାଇ ପିଲା ମାନଙ୍କୁ ବଣ୍ଟନ କରାଯାଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର୍‌କ ଠାରୁ ସୁଚନା ମଳିଛି । ରଥ ମାଉସୀ ମା ଘର ଭାବରେ ପ୍ରଚଳିତ ମହାସୁଆର ଦାସରଥି ଖୁଣ୍ଟିଆଙ୍କ ଘର ନିକଟରେ ଅଟକିଥିଲା । ମହାସୁଆର ଙ୍କ ଘରେ କୁଳବଧୁ ମାନେ ପ୍ରସ୍ତୁତ କରିଥିବା  ପୋଡପିଠା ଭୋଗ ଠାକୁରଙ୍କୁ ଅର୍ପଣ କରିଥେôଲା ।  ସେହିପରି ରଥ ଯିବା ସମୟରେ ବାଟରେ ବିଭିନ୍ନ ସେବାୟତ ଓ ଅନ୍ୟ ପରିବାର ମାନଙ୍କ ପକ୍ଷରୁ ଠାକୁରଙ୍କୁ  ପାଚିଲା କଦଳୀ, ପଣସ, ଆମ୍ବ ଓ ବାଳଭୋଗ ସହିତ ବିଭିନ୍ନ ଫଳମୂଳ ଭୋଗ ଲଗାଇଥିଲେ । ଅନ୍ୟ ବର୍ଷ ଅପେକ୍ଷା ଏ ବର୍ଷ ରଥ ସୁନ୍ଦର ଭାବେ ଫୁଲରେ ସଜା ଯିବା ସହ ଆକର୍ଷଣୀୟ ହୋଇଥିଲା । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୭/୨୦୨୪---୭.୪୫   Sakhigopal News, 15/7/2024

Blog Archive

Popular Posts