ସତ୍ୟବାଦୀରେ ଡେଙ୍ଗୁ ସଚେତନତା ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡେଙ୍ଗୁ ସଚେତନତା ଶିବିର ସାକ୍ଷୀଗୋପାଳ ମେଡିକାଲର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରକୁ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଅଧିକାରୀ ଡ. ବିଶ୍ୱଜିତି ମିଶ୍ର ଯୋଗଦେଇ ଡେଙ୍ଗୁ ରୋଗକୁ କିପରି ଆମ ଅଞ୍ଚଳରେ ବ୍ୟାପିବାକୁ ନଦେବା ସେ ସମ୍ପର୍କରେ ଆଲେଚନା କରିଥିଲେ । ବିଶେଷ କରି ବର୍ଷାଦିନରେ ବିଭିନ୍ନ ବ୍ଳକରେ ଡେଲାଙ୍ଗୁ ରୋଗ ଦେଖା ଦେଲାଣି ଏବେ ଠାରୁ ଆମେ ସଚେତନତା ହୋଇ ପାରିଲେ ଡେଙ୍ଗୁ ରୋଗକୁ ଦୁରେଇ ପାରିବା ବୋଲି ସାକ୍ଷୀଗୋପାଳ ର ସ୍ୱାସ୍ଥ୍ୟ ବିଭାଗର ବିପିଏମ ଜ୍ୟୋତି ରଞ୍ଜନ ଶତପଥିୀ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସଭ୍ୟା ବିଷ୍ଠୁପିୟା ବରାଳ,ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରିଣୀ କ୍ଷେତ୍ରମଣୀ ସେଠୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଶା, ସାକ୍ଷୀଗୋପାଳ ମହିଳା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ରାଜଲକ୍ଷ୍ମୀ ଦାଶଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କର୍ମଚାରୀ ମାନେ ଏହି ସଚେତନତା ଶିବିରରେ ଯୋଗ ଦେଇଥିଲେ ।
ସାକ୍ଷୀଗୋପାଳରୁ ଓୀରେନ୍ଦ୍ର ସେନାପତି, ୨୪/୭/୨୦୨୪---୭,୨୫ Sakhigopal News, 24/7/2024