Breaking News

ଡିଏମ, ଭି, ଭି ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନର ଦୁତୀୟ ବାର୍ଷିକ ଉତ୍ସବ ଓ ବନମହୋତ୍ସବ ପାଳିତ

  


ସାକ୍ଷୀଗୋପାଳ----   କେନ୍ଦ୍ର ସରକାରଙ୍କ ଅନୁମୋଦିତ ଡିଏମ, ଭି, ଭି ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନର ଓଡିଶା ଶାଖାର ଦୁତୀୟ ବାର୍ଷିକ ଉତ୍ସବ ଓ ବନମହୋତ୍ସବ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସୋମୋଶ୍ୱରପୁର ଗ୍ରାମ ପଞ୍ଚାୟତ ନିକଟରେ ପାଳିତ ହୋଇଯାଇଛି । ଏଥିରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନମହୋତ୍ସକୁ ଆନୁଷ୍ଠନିକ ଭାବେ ଉଦଘାଟନ କରିଥିଲେ ।  ୪ଶହରୁ ଅଧିକ ଆମ୍ବ, ପଣସ, ବାଦାମ, ରକ୍ତ ଚନ୍ଦନ, ଦେବଦାରୁ ଆଦି ବୃକ୍ଷରୋପଣ କରାଯାଇଥିବା ବେଳେ କିଛି ଗଛ ଅଙ୍ଗନୱାଡି ଓ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀଙ୍କୁ ଦିଆଯାଇଥିଲା । ଅନୁଷ୍ଠାନ ପକ୍ଷରୁ  ଶ୍ରୀ ପଣ୍ଡାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ପାଣି, ସମିତିସଭ୍ୟା ଜ୍ୟୋତିମୟୀ ପଣ୍ଡା, ପୂର୍ବତନ ସରପଞ୍ଚ ପ୍ରାଚୁର୍ଯ୍ୟ ହୋତା, ସମିତିସଭ୍ୟ  ସୁରେନ୍ଦ୍ର କୁମାର ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ପ୍ରାୟ ୮ଶହ ମହିଳା ମାନେ ଯୋଗ ଦେଇଥିଲେ ।  ବିଶେଷ କରି ମା ମାନଙ୍କୁ କିପରି ସ୍ୱାବଲମ୍ବୀ କରାଯିବ ସେ ଦିଗ ଉପରେ  ସ୍ୱେଛାସେବୀ ନମିତା ରଥ  ମତ ରଖିଥଲେ ।  ଅନୁଷ୍ଠାନର ଓଡିଶା ଶାଖାର ମୁଖ୍ୟ ଚିତ୍ତରଞ୍ଜନ ବିଶ୍ୱାଳ ,  ଜିଲ୍ଲାର ମୁଖ୍ୟ ଇନିଚାର୍ଯ୍ୟ ବିଷ୍ଣୁପିୟା ସ୍ୱାଇଁ, ସହକାରୀ ଇନିଚାର୍ଯ୍ୟ ଦୁର୍ଗାଚରଣ ମହାନ୍ତି, ଜିଲ୍ଲା ସଂଯୋଜକ ମିତାଞ୍ଜଳି  ମହାରଣା  ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।  ଅନୁଷ୍ଠାନର ସତ୍ୟବାଦୀ ବ୍ଳକର ସୁପରଭାଇଜର ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ । ସତ୍ୟବାଦୀ ବ୍ଳକର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ର ଓ ସୁଶାନ୍ତି ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୭/୨୦୨୪----୭,୨୦     Sakhigopal News, 10/7/2024

Blog Archive

Popular Posts