Breaking News

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକର ସଭାଗୃହ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁର ମହାନନ୍ଦ। ଏହି ଅବସର  ସମ୍ବର୍ଦ୍ଧନା  ଉତ୍ସବ ରେ  ରାଧାକାନ୍ତ ପ୍ରଧାନ, ସୁବୋଧ କୁମାର ଦାଶ ଓ ସେନାପତି କାଲସେଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭେଡେନ ବିଡିଓ ତ୍ରିପୁର ମହାନନ୍ଦ ପିଇଓ ମାନଙ୍କ କାର୍ଯ୍ୟ ଶୈଳୀ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେମାନଙ୍କ ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ ଓ ପଗଡି, ପୁଷ୍ପମାଲ୍ୟ , ଅଙ୍ଗ ବସ୍ତ୍ର ଓ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ ପ୍ରଦାନ କରିଥିଲେ। ଏହି ସମୟରେ ଅତିରିକ୍ତ ବିଡିଓ ପ୍ରିତେଶ ଦୋରା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ମୁର୍ମୁ ଓ ଭେଡେନ ବ୍ଲକ ସମସ୍ତ ପଞ୍ଚାୟତ ପିଇଓ, ବ୍ଲକ ର ସମସ୍ତ ବିଭାଗ ଅଧିକାରୀ, କର୍ମଚାରୀ ଓ ଗ୍ରାମ ରୋଜଗାର ସେବକ ସଂଘର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ପରିଶେଷରେ ପିଇଓ ସୁଧାଂଶୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୭/୨୦୨୪-----୭,୨୦ Sakhigopal News,4/7/2024

Blog Archive

Popular Posts