ଦୁର୍ନୀତିର ଗନ୍ତାଘର 'ଜଟଣୀ ବ୍ଲକ ' ପ୍ରମାଣ ଦେଲେ ଭିଜିଲାନ୍ସ ଜାଲରେ ପଡି ବ୍ଲକର ଯନ୍ତ୍ରୀ ନିବେଦିତା ମହାନ୍ତି
ଜଟଣୀ :--ପିସି କାରବାରର ପେଣ୍ଠସ୍ଥଳୀ ଜଟଣୀ ବ୍ଲକ l ପ୍ରତ୍ୟକ କାର୍ଯ୍ୟରେ ୨୦ ରୁ ୩୦ ପ୍ରତିଶତ ପିସି କାରବାର l ଜଟଣୀ ବ୍ଲକ ୧୫ ଟି ପଞ୍ଚାୟତକୁ ନେଇ ଗଠିତ l ପ୍ରତ୍ୟକ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଯଥା - ଗ୍ରାମୀଣ ରାସ୍ତା ମରାମତି ତଥା ପକ୍କା ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି ଜଳସେଚନ ବିକାଶ, ପଶୁପାଳନ, ଦୁଗ୍ଧ ଏବଂ କୁକୁଡ଼ା, ମାଛ ଚାଷ, କୁଟୀର ଶିଳ୍ପ, କଲଭର୍ଟ, ବ୍ରିଜ, ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ସହ ଶିକ୍ଷା, ଗରିବ କଲ୍ୟାଣ ଆବାସ ଯୋଜନା,ମହିଳା ଏବଂ ଶିଶୁବିକାଶ ସାମଜିକ କଲ୍ୟାଣ ତଥା ମାନବ ବିକାଶର ପ୍ରତ୍ୟକ କାର୍ଯ୍ୟରେ ପିସି ଦାବି ହେଉଛି l ଏଥିରେ ବ୍ଲକର କେତକ କର୍ମଚାରୀ ସମ୍ପୃକ୍ତ ଅଛନ୍ତି l ପିସି ନ ଦେଲେ ହୋଇଥିବା କାର୍ଯ୍ୟର ବିଲ ମଂଜୁର କରାଯାଉନାହିଁ l ଅନେକ କାର୍ଯ୍ୟ ବିଭାଗ ଅଧୀନରେ କରାଯାଇ ବ୍ୟାପକ ଅର୍ଥ ହରିଲୁଟ କରାଯାଉଛି l ବ୍ଲକ ପରିସରରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିବା ଦର୍ଶାଇ ୨ ବର୍ଷରେ ୨୦ ଲକ୍ଷରୁ ଅଧିକ ଟଙ୍କା ଦୁର୍ନୀତି କରାଯାଇ ଥିବା ଅଭିଯୋଗ ହୋଇଛି l ଏଭଳିକି କାର୍ଯ୍ୟ କରାନଯାଇ ଫଲସ ବିଲ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି l ଏହାର ଅଭଯୋଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆଣିଥିଲେ ନବ ନିର୍ବାଚିତା ବ୍ଲକ ଉପାଧକ୍ଷା ଜ୍ୟୋସ୍ନା ରାଣୀ ଦାସ l ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ବ୍ଲକ ଅଧକ୍ଷା ଜୟନ୍ତୀ ଛୋଟରାୟ l ବିଡ଼ିଓ ମହାଶୟା ଏହାଉପରେ ଅବଗତ ନଥିବା ଦର୍ଶାଇଥିଲେ l ଏହାର ସଦ୍ୟତା ପ୍ରମାଣ ଦେଲେ ବ୍ଲକର ଅତିରିକ୍ତ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି l ଗତ ୩୦ ତାରିଖ ସନ୍ଧ୍ୟାରେ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ନିଜ ବାସଭବନରେ ଠିକାଦାର କିରଣ ପ୍ରଧାନଙ୍କ ଠାରୁ ପୂର୍ବ କାର୍ଯ୍ୟର ବିଲ ପାସ କରିବାପାଇଁ ପୂର୍ବରୁ ଚୁକ୍ତି ହୋଇଥିବା ୧ଲକ୍ଷ ଟଙ୍କା ମଧ୍ୟରୁ ପ୍ରଥମ କିସ୍ତିରେ ୫୦, ୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରାଜ୍ୟ ଭିଜିଲାନ୍ସ ବିଭାଗର ହାତରେ ପ୍ରମାଣ ସହ ଧରାପଡ଼ିଲେ l ଏହାପରେ ସଂଶୋଧିତ ଅଧିନିୟମରେ ଭିଜିଲାନ୍ସ ବିଭାଗ କେସ ନଂ ୧୬/୨୪ ରେ ମାମଲା ପଞ୍ଜିକୃତ କରି ମହାଶୟାଙ୍କ ବିରୋଧରେ ଅଧିକରୁ ଅଧିକ ଅନୁସନ୍ଧାନ ଚଳାଇଛନ୍ତି l ଶୁଣିବାକୁ ମିଳେ ଯେ ଠିକାଦାର ମାନେ ବାଳକାଠିରୁ ମଟନ, ଦେଶୀ ଭାକୁର, ବଡ଼ ଚିଙ୍ଗୁଡ଼ି ନ ଦେଲେ ବିଲ ପାସ ହୁଏ ନାହଁ ବୋଲି ଅଭିଯୋଗ ହେଇଛି। ଏଥିରୁ ଅନୁମାନ କରାଯାଏ ବ୍ଲକରେ ପିସି କାରବାରକୁ ନେଇ ଅଳ୍ପ କିଛିଦିନ ହେବ ହଟ ଚମତ ଚାଲିଥିବାବେଳେ ଏହାକୁ ଖାତିରିନକରି ବ୍ଲକର ସହକାରୀ ଯନ୍ତ୍ରୀ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ବେଖାତିରି ହୋଇ ଲାଞ୍ଚ ନେବା ଅତି ଦୁର୍ଭାଗ୍ୟ ଜନକ l ଏଥିରେ ବ୍ଲକର ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଅଧକ୍ଷା ଜୟନ୍ତୀ ଛୋଟରାୟ ତଥା ତାଙ୍କ ସହ ସମ୍ପୃକ୍ତ ଥିବା ବ୍ଲକ କର୍ମଚାରୀ ସମେତ ଅଧିକାରୀ ମାନେ ସମ୍ପୃକ୍ତି ଥିବା ପ୍ରକାଶ ପାଉଛି l ଏହା ସମ୍ପୂର୍ଣ ବିଜିଲାନ୍ସ ବିଭାଗ ଦ୍ୱାରା ଜଟଣୀ ବ୍ଲକର ସମସ୍ତ ନଥିପତ୍ର ଯାଞ୍ଚ ସାପେକ୍ଷ l ଏହା ଦ୍ୱାରା ବ୍ଲକର ସମସ୍ତ ଗୁମର ଖୋଲିବା ନେଇ ବିଶ୍ୱାସ l ଉକ୍ତ ଘଟଣା ଘଟିବା ପରେ ବୁଧବାର ଭିଜିଲାନ୍ସ ଟିମ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କ ଅବଗତ ପୂର୍ବକ ସମ୍ପୃକ୍ତ ଜେଇଙ୍କ କୋଠରୀ ତନ୍ନ ତନ୍ନ କରି ଯାଞ୍ଚ କରି ତିନୋଟି ଫାଇଲ ଜବତ କରିଥିବା ଜଣାପଡିଛି l ଭିଜିଲାନ୍ସ ଟିମର ତନାଘନା ଆରମ୍ଭ ହେବା ପରେ ବ୍ଲକର କିଛି କର୍ମଚାରୀ, କିଛି ସରପଞ୍ଚଙ୍କ ମଧ୍ୟରେ ଛନକା ପଶିଥିବା ଶୁଣିବାକୁ ମିଳିଛି l ତେବେ ତଦନ୍ତ ପ୍ରକ୍ରିୟାରେ ବାଧକ ହେବା ଆଶଙ୍କାରେ ବିଭାଗ ପକ୍ଷରୁ କୌଣସି ସୂଚନା ସ୍ପଷ୍ଟ କରାଯାଇନାହିଁ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୭/୨୦୨୪---୮,୪୫ Sakhigopal News,31/7/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୭/୨୦୨୪---୮,୪୫ Sakhigopal News,31/7/2024