ଜଟଣୀରେ ବିଭିନ୍ନ ସ୍ଥାନରେ ବାହୁଡା଼ ଯାତ୍ରା
ଜଟଣୀ ---ଜଟଣୀ ପୈାରାଞ୍ଚଳ ବାଛରା ପାଟଣା ଵୁଣାସାହି ସ୍ଥିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା଼ରେ ଜଟଣୀର ବରିଷ୍ଠ ଅଧିବକ୍ତା ତଥା ସାମାଜିକ କର୍ମୀ ବିଶ୍ବନାଥ ଜୋଷୀ ରାଜା ଭୂମିକାରେ ପ୍ରଶାସନ ତତ୍ବାବଧାନରେ ଛେରାପହଁରା କରିଛନ୍ତି। ଏହି ମହତ୍ ତଥା ପବିତ୍ର କାର୍ଯ୍ୟକ୍ରମରେ ଜଟଣୀ ଥାନାଧିକାରୀ, ସ୍ଥାନୀୟ ତହସିଲଦାର ସହ ବିଭିନ୍ନ ପ୍ରଶାସନିକ ସହଯୋଗ ଓ ସହଭାଗିତାରେ ଛେରାପହଁରା ଅନୁଷ୍ଠିତ ହୋଇ ନିଜ ମନ୍ଦିରକୁ ଫେରିଛନ୍ତି ଶ୍ରୀଜୀଉମାନେ। ସେହିପରି ବାହୁଡ଼ାରେ ଅଧ ବାଟ ଆସନ୍ତି ମହାପ୍ରଭୁ । ଲବଣଗିରି ଜଗନ୍ନାଥ ମନ୍ଦିରରେ ଅନନ୍ୟ ପରମ୍ପରା ରହିଛି।ବାହୁଡ଼ାରେ ଅଧବାଟ ଯାଏଁ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି । ବାହୁଡା଼ ପରଦିନ ପୁଣି ରଥ ଟଣାହୁଏ ।ଏଭଳି ଅନନ୍ୟ ପରମ୍ପରା ରହିଛି ଜଟଣୀ ଲବଣଗିରି ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ।ସାରା ଭାରତ ବର୍ଷରେ ଏଭଳି ପରମ୍ପରା କେଉଁଠି ବି ଦେଖାଯାଏ ନାହିଁ । ଶ୍ରୀ ଗୁଣ୍ଡିଚା ଦିନ ପାହାଡ଼ ଉପରୁ ତଳକୁ ଗଡି ଗଡି ଆସିଥାନ୍ତି ମହାପ୍ରଭୁ । ରଥ ଆଗରେ ଦଉଡି ଲାଗେ,ରଥ ପଛରେ ବି ଦଉଡି ଲାଗେ ।ଆଗରୁ ଭକ୍ତ ଟାଣନ୍ତି ପଛରୁ ଭକ୍ତ ମାନେ ଭିଡି ଧରନ୍ତି |ଏହା କେବଳ ପ୍ରଭୁ ଜଗନ୍ନାଥ ଙ୍କ ଲୀଳା ବୋଲି ବିଶ୍ୱାସ କରାଯାଏ । ସେହିଭଳି ବାହୁଡା଼ ଯାତ୍ରା ଦିନ ମଧ୍ୟ ଏହି ଠାରେ ଏକ ଅନନ୍ୟ ପରମ୍ପରା ରହିଛି । ଜଗନ୍ନାଥ ମହାପ୍ରଭୁ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ପ୍ରତି ଥର ଭଳି ଅଧାରେ ଅଟକି ଯାଆନ୍ତି । ପାଞ୍ଚ ଗାଁ ସ୍ଥିତ ମାଉସୀ ମା ମନ୍ଦିରରୁ ବାହାରି ପଧାନସାହି ଛକ ଠାରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ବାହୁଡା଼ ପରଦିନ ପୁଣି ଥରେ ରଥ ଟଣା ହୁଏ । ଆଜି ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା ।ପଧାନସାହି ଛକ ଠାରେ ରଥ ପ୍ରତି ଥର ଭଳି ଏଥର ମଧ୍ୟ ଅଟକି ଯାଇଥିଲା । ସନ୍ଧ୍ୟାରେ ଭଜନ କୀର୍ତ୍ତନ ସହ ପ୍ରସାଦ ସେବନ ସହ ଶ୍ରଦ୍ଧାଳୁ ମାନଙ୍କ ଗହଳି ଲାଗିଥିଲା । ତେବେ ରଥଯାତ୍ରା କମିଟି ସୂଚନା ମୁତାବକ ଲବଣ ଗିରି ପାହାଡ଼ ଉପରକୁ ଭକ୍ତ ମାନେ ରଥକୁ ଭିଡି ଭିଡି ନେଇଥିଲେ ।ସେଠାରେ ସୁନାବେଶ ହେବା ସହିତ ସମସ୍ତ ନୀତିକାନ୍ତି ସମ୍ପୁର୍ଣ୍ଣ କରାଯିବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୭/୨୦୨୪---୭,୨୫ Sakhigopal News,16/7/2024