ଶରତ ପାଇକରାୟ ଷ୍ଟାଡିୟମ କାହା ସ୍ଵାର୍ଥେରେ , କ୍ରୀଡାର ବିକାଶ ପାଇଁ ନା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟ ପାଇଁ
ଜଟଣୀ -:ସହରରେ ଖେଳର ନାହିଁ ବିକାଶର ଭିତ୍ତିଭୂମି l ଖେଳାଳିଙ୍କ ଅଭ୍ୟାସ ପାଇଁ ନାହିଁ ଉଦ୍ଧିଷ୍ଟ ଖେଳ ପଡିଆ l ୨୦୦୯ ମସିହାରେ ପୂର୍ବତନ ବିଧାୟକ ସ୍ବର୍ଗତ ଶରତ ଚନ୍ଦ୍ର ପାଇକରାୟ ପ୍ରାଣନାଥ ଉଚ୍ଚବିଦ୍ୟାଳୟ ନାମରେ ଥିବା ଜମିରେ ନିଜ ନାମରେ ପ୍ରତିଷ୍ଠା କରିଥିଲେ" ଶରତ ପାଇକରାୟ ଷ୍ଟାଡିୟମ" l ଏହି ଷ୍ଟାଡିୟମ ନିର୍ମାଣରେ ପୂର୍ବତନ ବିଧାୟକ ଏବଂ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଏବଂ ସରକାରୀ ଅନୁଦାନ ବ୍ୟୟ କରାଯାଇଥିଲା l ଷ୍ଟାଡିୟମ ପରିସରରେ କାର୍ଯ୍ୟାଳୟ ଏବଂ ଖେଳାଳି ମାନଙ୍କ ପାଇଁ ବ୍ୟବହାର ଉପଯୋଗୀ ପ୍ରକୋଷ୍ଠ ନିର୍ମାଣ କରାଯାଇଥିଲା l ପ୍ରଥମେ ଏହି ଷ୍ଟାଡିୟମରେ ବିଭିନ୍ନ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l କ୍ରୀଡ଼ାବିତ, ଯୁବଗୋଷ୍ଠୀ ଏବଂ ବରିଷ୍ଠ ନାଗରିକ ମାନେ ସକାଳ ଏବଂ ସନ୍ଧ୍ୟା ହେଲେ ପଡିଆରେ ନିଜର ସ୍ୱାସ୍ଥ୍ୟ ପାଇଁ ଭ୍ରମଣ କରୁଥିଲେ l ୨୦୧୩ ମସିହାରେ ଏହି ପଡିଆରେ କିଛି ଯୁବ ଗୋଷ୍ଠୀ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ଅନୁମତି ପତ୍ର ଆଣି ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ସମୟରେ ଏହି ଷ୍ଟାଡିୟମରେ ୧୧ ଦିନ ଧରି ଗଣେଶମୋହୋତ୍ସବ ଅନୁଷ୍ଠିତ କରାଯାଇଥିଲା l ମିନବଜାର, ଯାତ୍ରା ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ସହ ହଜାର ହଜାର ଲୋକଙ୍କ ସମାଗମ ହେଉଥିଲା l ଧୀରେ ଧୀରେ ଏହି ଗଣେଶ ମହୋତ୍ସବ ପାଇଁ ବିଗତ ଦିନରେ ୨ ଗୋଷ୍ଠୀ ମଧ୍ୟରେ ଜମି ଅଧିକରଣ ପାଇଁ ପ୍ରତିଯୋଗିତା ଲାଗି ଶେଷରେ ମାମଲା ଯାଇ ଉଚ୍ଚ ନାୟାଳୟରେ ବିଚାରଧୀନ ଅବସ୍ଥାରେ ଥାଇ ବିଗତ ୪,୫ ବର୍ଷ ଷ୍ଟାଡିୟମରେ ମହୋତ୍ସବ ବନ୍ଦ ହୋଇଗଲା l ଷ୍ଟାଡିୟମରେ ମହୋତ୍ସବ ହେବା ଦିନଠାରୁ ଖେଳପଡିଆର ରୂପରେଖ ସମ୍ପୂର୍ଣ ବଦଳିଗଲା l ମହୋତ୍ସବ ସରିଲାପରେ କର୍ମକର୍ତ୍ତାମାନେ ନିଜ ନିଜର ସ୍ୱାର୍ଥରେ ଅନ୍ଧ ହୋଇ ଖେଳପଡିଆର ପୁନଃରୁଦ୍ଧାର କଥା ଭୁଲିଗଲେ l ଯାହା ଫଳରେ ଆଜି ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ ଅଭାବରୁ ସମ୍ପୂର୍ଣ ନଷ୍ଟ ହୋଇଗଲାଣି ଖେଳପଡିଆ l ଷ୍ଟାଡିୟମର ସୁରକ୍ଷା ପାଚେରୀ ଭାଙ୍ଗି ଗଲାଣି l ମୁଖ୍ୟ ଫାଟକର କବାଟ ଭାଙ୍ଗିରୁଜି ଗଲାଣି ତାହା ବର୍ତ୍ତମାନ ଝୁଲନ୍ତା ଅବସ୍ଥାରେ l ଷ୍ଟାଡିୟମ ପରିସରରେ ଥିବା କାର୍ଯ୍ୟାଳୟ ପ୍ରକୋଷ୍ଠ ଗୁଡିକ ଭାଙ୍ଗି ଅସାମାଜିକ ଲୋକ କବାଟ, ଝରକା ଭାଙ୍ଗି ନେଇ ଯାଇଛନ୍ତି l କାର୍ଯ୍ୟାଳୟ ପରିସର ପାଲଟିଛି ନିଶାଡୀଙ୍କ ଅଡ୍ଡାସ୍ଥଳୀ l ଷ୍ଟାଡିୟମ ପାଲଟିଛି ଟାଙ୍ଗରା ପଡିଆ l ପଡିଆ ଚାରିପଟ ଅନାବନା ଗଛ ସାଙ୍ଗକୁ ଖାଲଖମାରେ ପରିପୂର୍ଣ l ବର୍ତ୍ତମାନ ଖେଳପଡିଆ ଖେଳାଳିଙ୍କ ପାଇଁ ସମ୍ପୂର୍ଣ ଅନୁପଯୋଗୀ ହୋଇଯାଇଛି l ବାରମ୍ବାର ଅଭିଯୋଗ ସତ୍ତ୍ୱେ ଷ୍ଟାଡିୟମ ପଡିଆର ଉନ୍ନତି କରାଯାଉନାହିଁ l କିନ୍ତୁ ପବିତ୍ର ରଥଯାତ୍ରାରେ କଳିଙ୍ଗ ଯୁବ ପରିଷଦ ତରଫରୁ ଶରତ ପାଇକରାୟ ଷ୍ଟାଡିୟମରେ ପୁନର୍ବାର ଚଳିତ ବର୍ଷ ଗଣେଶ ମହୋତ୍ସବ ପାଇଁ ଭୂମି ପୂଜନ କରାଯାଇଅଛି l ଏଠି ପ୍ରଶ୍ନ ଉଠେ ଷ୍ଟାଡିୟମ ସହରର ସମୂହ ସ୍ୱାର୍ଥ ପାଇଁ ନା ବ୍ୟକ୍ତିଗତ ସଂଘଠନର ସ୍ୱାର୍ଥ ପାଇଁ ? l ଏହି ଷ୍ଟାଡିୟମର ପରିସରକୁ ଲାଗି ତିନି ତିନୋଟି ଶିକ୍ଷାନୁଷ୍ଠାନ ଯାହା ଫଳରେ କୌଣସି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ହେଲେ ଶବ୍ଦ ପ୍ରଦୂଷଣ ହୋଇ ଅଧୟନ ରତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାରେ ବାଧା ଉପୁଜେ l ସହରରେ ଥିବା ଅନେକ ସାମାଜିକ ଅନୁଷ୍ଠାନ କଥା ଚିନ୍ତା କରିବା ତେବେ ଜଟଣୀରେ ଖେଳର ବିକାଶ ତଥା ଅନ୍ୟାନ ଉନ୍ନତି ମୂଳକ ବିକାଶ ପାଇଁ ଚିନ୍ତା ନ କରି ନିଜ ନିଜର ସ୍ୱାର୍ଥ ପାଇଁ ଦୌଡୁଛନ୍ତି l କେବଳ ଗଣେଶ ପୂଜା ଆସିଲେ ନିଜ ସ୍ୱାର୍ଥରେ ସମୂହ ସ୍ୱାର୍ଥକୁ ବଳି ପକାଇ ଗଣେଶ ମହୋତ୍ସବ ପଛରେ ପଡୁଛନ୍ତି l ଜଟଣୀ ସହରର ଏକମାତ୍ର ଏହି ଷ୍ଟାଡିୟମର ବିକାଶ ଏବଂ କ୍ରୀଡ଼ାବିତଙ୍କ କ୍ରୀଡାଭ୍ୟାସ ଓ ଖେଳର ବିକାଶ କରିବା ନିମନ୍ତେ କାହାର ଚିନ୍ତା ନାହିଁ l ଭୂମି ପୂଜନରେ ନେତା ଆସିଲେ ଭାଷଣ ବାଜି କରି ଚାଲିଗଲେ l ଜଟଣୀର ବିକାଶ ତଥା ଖେଳର ଖେଳାଳିଙ୍କ ବିକାଶ କଥା ଚିନ୍ତା କରୁଛି କିଏ?। ତେଣୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହି ଷ୍ଟାଡିୟମର ବିକାଶ ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାବି ଜଣାଇବେ ବୋଲି ସୂଚନା ମିଳିଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୭/୨୦୨୪----୯,୩୫ Sakhigopal News 9/7/2024