ସତ୍ୟବାଦୀ ବ୍ଳକର କୃଷିମିତ୍ର ଓ ପ୍ରାଣୀମିତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦୁଖଃ ଜଣାଇଲେ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର କୃଷିମିତ୍ର ଓ ପ୍ରାଣୀମିତ୍ର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପତ୍ର ଦେଇଥିବା ଜଣାପଡିଛି । ଅଭିଯୋଗ ପତ୍ରରେ ସେମାନେ ଦାବି କରିଛନ୍ତି ଯେ ସତ୍ୟବାଦୀ ବ୍ଳକରେ ଏହି ପଦବୀ ପାଇଁ ଲିଖିତ ପରୀକ୍ଷା କରାଯାଇଥିଲା । ପରୀକ୍ଷାରେ ଉର୍ତ୍ତୀଣ ହୋଇଥିବା ପ୍ରାର୍ଥୀନି ମାନଙ୍କୁ କାମରେ ନିୟୋଜିତ କରାଯାଇଥିଲା । ୨୦୨୦ ମସିହା ଠାରୁ ସେମାନେ ପଞ୍ଚାୟତରେ ତିନିଜଣ କୃଷିମିତ୍ର ନିୟୋଜିତ ହୋଇଥିବା ବେଳେ ଦୁଇଜଣ ପ୍ରାଣୀମିତ୍ର ରହିଛନ୍ତି । କାମ କରିଥିବା ବେଳେ ସେମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦିଆଯାଉନାହିଁ ବୋଲି ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ମାତ୍ର ଏମବିକେ, ସୁଆରପି ଓ ବ୍ୟାଙ୍କ ମିତ୍ର ମାନଙ୍କୁ ପାରିଶ୍ରମିକ ମିଳୁଥିବା ବେଳେ ଆମକୁ ପାରିଶ୍ରମିକ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି । କୃଷିମିତ୍ର ଓ ପ୍ରାଣୀମିତ୍ର ସଂଘର ସମ୍ପାଦିକା ଜୟନ୍ତୀ ସ୍ବାଇଁ, ଓସଭାପତି ଜୟନ୍ତୀ ସେନାପତିଙ୍କ ସହିତ ସଂଘର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ର, ବାସନ୍ତୀ ବେହେରା, ବିନୋଦୀନତ ମିଶ୍ର, ରିତା ପ୍ରଧାନ, ଝରଣା ବେହେରା, କବିତା ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ସାକ୍ଷୀଗୋପାଳ ମନ୍ଦିର ସେବାୟତ ମାନେ ସେମାନଙ୍କର ଅସୁବିଧା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ଅସୁବିଧା ସମ୍ପର୍କରେ ଆଲେଚନା କରିଥିଲେ । ଏହି ଆଲେଚନା ସମୟରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଉପସ୍ଥିତ ରହିଥିଲେ । ବହୁ ଶିଘ୍ର ମୁଖ୍ୟମନ୍ତ୍ରୀ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିବାକୁ ଆସିବେ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୭/୨୦୨୪---୫,୧୫ Sakhigopal News----4/7/2024