Breaking News

ଗଛରେ ପିଟି ହେଲା ବାଇକ୍, କଲେଜ ଛାତ୍ର ମୃତ


ଭଞ୍ଜନଗର ---- ରାସ୍ତାକଡ ଗଛରେ ପିଟି ହୋଇ ବାଇକ୍ ଚାଳକର ମୃତ । ଗାଲେରୀ ଫାଣ୍ଡି ଅନ୍ତର୍ଗତ ବିଲୁଆପଡା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଦାମ ନାଇକ (୧୭) । ସେ ନିକଟସ୍ଥ କଲେଜରେ +୨ ପାଠ ପଢୁଥିଲେ । ଦୁର୍ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ପୋଲିସ ତାଙ୍କ ମୃତଦେହ ଜବତ କରି, ଭଞ୍ଜନଗର ଡାକ୍ତରଖାନାରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ଗାଲେରୀ ଫାଣ୍ଡି ପୋଲିସି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୭/୨୦୨୪----୬,୫୦ Sakhigopal News,27/7/2024

Blog Archive

Popular Posts