Breaking News

ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରତିଭା ସମ୍ମାନ ପାଇଁ ପ୍ରସ୍ତୁତି ବୈଠକ


ଭଞ୍ଜନଗର :-କାଳଞ୍ଜି ସମାଜ ଗୃହ ଠାରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାର ନିର୍ଦ୍ଧାରିତ ମାର୍କ ରଖିଥିବା ସମାଜର ମେଧାବୀ ଛାତ୍ରଛାତ୍ରୀ ସହ କିଛି ପ୍ରତିଭାସମ୍ପନ୍ନ ସମାଜ ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରାଯିବା ପାଇଁ ବୈଠକରେ ନିଷ୍ପତି ହୋଇଛି। ସତ୍ୟ ନାରାୟଣ ସ୍ୱାଇଁଙ୍କ ଆବାହକ ଓ କେନ୍ଦ୍ର ସଭାପତି ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ  ବୈଠକ  ଅନୁଷ୍ଠିତ ହୋଇଯାଇଛି l ପ୍ରତିଭା ସମ୍ମାନ ଉତ୍ସବ ଆସନ୍ତା ୧୬ ଜୁଲାଇ ୨୦୨୪ ମଙ୍ଗଳବାର ପୂର୍ବାହ୍ନ ଠିକ ୧୧ ଟାରେ ସାବିତ୍ରୀ କଲ୍ୟାଣୀ ମଣ୍ଡପ, ଆସ୍କା ଠାରେ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି l ଏଥିରେ ଗଞ୍ଜାମ ଜିଲ୍ଳାରୁ ମାଟ୍ରିକରେ ୯୦ ଓ ଯୁକ୍ତଦୁଇରେ ୧୨୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ବୈଠକରେ ନିଷ୍ପତି ହୋଇଛି ବୋଲି  ସଭାପତି ସୂଚନା ଦେଇଥିଲେ l ଚଳିତ ବର୍ଷର କାର୍ଯ୍ୟକ୍ରମ ଯେପରି ଶୃଙ୍ଖଳିତ ହେବ ତାଉପରେ ଆଲୋଚନା କରାଯାଇଥିଲା l ନବନିର୍ବାଚିତ ସମାଜର ଦୁଇ ବିଧାୟକ ସମେତ ସମଭାବ ସମ୍ପନ୍ନ ଅନ୍ୟ ଦୁଇ ବିଧାୟକଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯିବା ପାଇଁ ସର୍ବସଂମତି କ୍ରମେ ନିଷ୍ପତ୍ତି କରାଯାଇଥିଲା l ଏଥିରେ କଇଣ୍ଡି, ବନ୍ଥପଲ୍ଲୀ, ମହୁରୀ, ଆସ୍କା, ଆଠଗଡ଼, ଧରାକୋଟ ସମେତ କେନ୍ଦ୍ରପରିଷଦ କର୍ମକର୍ତା ଉପସ୍ଥିତ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଧ୍ଵ ସମାଜଭାଇ, କର୍ମକର୍ତା, ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଅତିଥି ଯୋଗ ଦେବା ଉପରେ ସ୍ଥିର କରାଯାଇ ସମସ୍ତ ଅନୁସାଙ୍ଗିକ ବ୍ୟବସ୍ଥା ଉପରେ କମିଟି ଗଠନ କରି ଦାୟିତ୍ୱ ବଣ୍ଟନ କରାଯାଇଛି l ଶେଷରେ କେନ୍ଦ୍ରସଭ୍ୟ ଯୋଗେନ୍ଦ୍ର ନାଥ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୭/୨୦୨୪---୮,୨୫ Sakhigopal News,9/7/2024

Blog Archive

Popular Posts